ବାଉନ୍ସର ଭୂମିକାରେ ତମନ୍ନା ଖୁସି, ୨୩ରେ ରିଲିଜ ହେବ ‘ବବଲି ବାଉନ୍‌ସର’

ଦକ୍ଷିଣ ସିନେଜଗତ ସୁନ୍ଦରୀ ତମନ୍ନା ଭାଟିଆ ବଲିଉଡରେ ତିଷ୍ଠିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ୨୦୧୩ରେ ପ୍ରଥମଥର ‘ହିମ୍ମତୱାଲା’ରେ ତାଙ୍କୁ ସୁଯୋଗ ମିଳିଲା। ହିନ୍ଦୀ ସିନେଜଗତରେ ପ୍ରବେଶ ପାଇଁ ତମନ୍ନାଙ୍କୁ ରାସ୍ତା ମିଳିଗଲା। ହେଲେ ଏହି ଚଳଚ୍ଚିତ୍ର ପରେ ସଙ୍ଗେସଙ୍ଗେ ସୁଯୋଗ ମିଳିଲାନି।

ଭଲଭଲ ବ୍ୟାନରରେ କାମ କରିବାକୁ ତାଙ୍କ ଭଳି ହିଟ୍ ଦକ୍ଷିଣ ଜଗତ ଅଭିନେତ୍ରୀ ଅଡିସନ୍‌ ଦେବାକୁ ବାଧ୍ୟ ଦେଲେ। ୨୦୧୪ରେ ‘ଏଣ୍ଟରଟେନମେଣ୍ଟ’ ଚଳଚ୍ଚିତ୍ରରେ କାମ କରିବା ପରେ ତାଙ୍କୁ ଆଉ ଭଲ ଅଫର୍ ମିଳିଲାନି। ୨୦୧୯ରେ ତମନ୍ନାଙ୍କ ହାତକୁ ‘ବବଲି ବାଉନ୍‌ସର’ ଚଳଚ୍ଚିତ୍ର ଆସିଲା। ହେଲେ କରୋନା କାରଣରୁ ଏହି ଚଳଚ୍ଚିତ୍ର ସୁଟିଂ ଆଗେଇ ପାରିଲାନି। ୨୦୨୧ ଜୁନ୍‌‌ରେ ସୁଟିଂ ଆରମ୍ଭ ହୋଇ ସେହି ବର୍ଷ ଶେଷ ମଧ୍ୟ ହେଲା। ବାଉନ୍ସର ଭୂମିକାରେ ସେ ଏହି ଚଳଚ୍ଚିତ୍ରରେ କାମ କରିଛନ୍ତି।

ବହୁ ବର୍ଷ ପ୍ରତୀକ୍ଷା ପରେ ନିଜ ମନପସନ୍ଦର ଭୂମିକାଟେ ପାଇଥିବାର କହିଛନ୍ତି ତମନ୍ନା। ଦେଖାଯାଉ, ପ୍ରଶଂସକ ତାଙ୍କୁ ଏହି ଚରିତ୍ରରେ ପସନ୍ଦ କରୁଛନ୍ତି କି ନାହିଁ।

Related Articles

Back to top button