ଓସ୍କାର ପୁରସ୍କାର ପାଇଁ ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ ମନୋନୀତ

ନୂଆଦିଲ୍ଲୀ: ୨୦୨୩ ଓସ୍କାର ପୁରସ୍କାର ବିଦେଶୀ କାଟାଗୋରିରେ ଭାରତର କେଉଁ ଫିଲ୍ମ ପ୍ରବେଶ କରିବ ସେ ନେଇ ଆଲୋଚନା ଜୋର ଧରିଥିଲା । ଏହି ଦୌଡରେ ଆରଆରଆର ଓ ଦି କଶ୍ମୀର ଫାଇଲ୍ସ ଆଗରେ ଥିଲେ । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଗୁଜରାଟୀ ଫିଲ୍ମ ଛେଲୋ ଶୋଙ୍କୁ ଏଥିପାଇଁ ମନୋନୀତ କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଛେଲୋ ଶୋ ଫିଲ୍ମର ନିର୍ଦ୍ଦେଶନା ପ୍ୟାନ ନଳିନ ଦେଇଛନ୍ତି । ଏଥିରେ ଭାବିନ ରାବ୍ରି, ଭାବେଶ ଶ୍ରୀମାଲି, ରିଚା ମୀଣା, ଦୀପେନ ରାୱଲ ଓ ପରେଶ ମେହେଟ୍ଟାଙ୍କ ପରି କଳାକାର ଏଥିରେ ଅଭିନୟ କରିଛନ୍ତି ।

୨୦୨୧ରେ ଏହାକୁ ପ୍ରଥମେ ଟ୍ରେବିକା ଫିଲ୍ମ ଫେଷ୍ଟିଭାଲରେ ଦେଖା ଯାଇଥିଲା । ଏହା ପରେ ଅନେକ ପୁରସ୍କାର ସମାରୋହ ଉତ୍ସବରେ ଫିଲ୍ମକୁ ପ୍ରଦର୍ଶିତ କରାଯାଇଥିଲା ଏବଂ ଏହା ବେଶ ପ୍ରଶଂସା ସାଁଉଟିଥିଲା । ଭାରତୀୟ ଜୁରୀଙ୍କୁ ଏହି ଫିଲ୍ମ କାହିଁକି ପସନ୍ଦ ଆସିଲା ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ଆରଆରଆର ଫିଲ୍ମ ଏହି କାଟାଗୋରୀରେ ସାମିଲ ହେବେ ବୋଲି ପ୍ରାୟତଃ ସମସ୍ତେ ଆଶା କରିଥିଲେ ।

Related Articles

Back to top button