ଆସନ୍ତା ବର୍ଷ ରିଲିଜ ହେବ ଚିରଞ୍ଜିବଙ୍କ ଫିଲ୍ମ ‘ଭୋଳା ଶଙ୍କର’

ଚେନ୍ନାଇ: ସାଉଥର ମେଗାଷ୍ଟାର ଚିରଞ୍ଜିବ  ଦର୍ଶକଙ୍କୁ ବହୁତ ହିଟ ଫିଲ୍ମ ଭେଟି ଦେଇଛନ୍ତି । ଏହାରି ଭିତରେ ଶୁଣିବାକୁ ମିଳିଛି କି ମେଗାଷ୍ଟାର ଚିରଞ୍ଜିବଙ୍କ ମଚ ଆୱେଟେଡ ଆକ୍ସନ-ଏଣ୍ଟରଟେନର ଫିଲ୍ମ ‘ଭୋଳା ଶଙ୍କର’ ଆସନ୍ତା ବର୍ଷ ଏପ୍ରିଲ ୧୪ରେ ରିଲିଜ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି । ତେବେ ଚିରଞ୍ଜିବଙ୍କ ୬୭ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ମେକର୍ସ ଏହା ଘୋଷଣା କରିଛନ୍ତି । ଏହି ଫିଲ୍ମ ଦେଖିବାକୁ ଚିରଞ୍ଜିବଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ୧୯୫୫ ଅଗଷ୍ଟ ୨୨ରେ ଚିରଞ୍ଜୀବ ଜନ୍ମ ନେଇଥିବା ବେଳେ ସେ ଏବେ ସାଉଥ୍ ଇଣ୍ଡଷ୍ଟ୍ରିର ଜଣେ ମେଗାଷ୍ଟାର ।
କୁହାଯାଉଛି ଚିରଞ୍ଜିବଙ୍କ ଏହି ଫିଲ୍ମ ଅଜିତ, ଶ୍ରୃତି ହାସନ ଓ ଲକ୍ଷ୍ମୀ ମେନନ ଷ୍ଟାରର ତାମିଲ ବ୍ଲକବଷ୍ଟର ଫିଲ୍ମ ‘ଭେଦାଲମ’ର ରିମେକ । ‘ଭୋଲା ଶଙ୍କର’ରେ ମେକର୍ସ ତେଲଗୁ ଦର୍ଶକଙ୍କ ପାଇଁ ଛୋଟ ମୋଟ ପରିବର୍ତ୍ତନ କରିଛନ୍ତି ।

Related Articles

Back to top button