ବିବାହର ୧୦ ବର୍ଷ ପରେ ପିତା ହେବାକୁ ଯାଉଛନ୍ତି ସୁପରଷ୍ଟାର ରାମଚରଣ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାମଚରଣ ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି । ରାମଚରଣଙ୍କ ବାପା ଚିରଞ୍ଜିବୀ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରାମଚରଣ ଓ ଉପାସାନା ପରସ୍ପରକୁ ଭଲ ପାଇବା ପରେ ୧୪ ଜୁନ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହାଇଦ୍ରାବାଦରେ ଏହି ବାହାଘର ଧୂମଧାମରେ ହୋଇଥିଲା । ଫିଲ୍ମ ଦୁନିଆର ଏହି ରିୟଲ ଯୋଡି ୧୦ ବର୍ଷ ଧରି ପରସ୍ପରର ମନୋବଳ ବଢ଼ାଇବା ସହ ପ୍ରେମକୁ ଅତୁଟ ରଖିଥିଲେ । ଏତେ ଦିନ ପରେ ଖୁସି ଖବର ପାଇବାକୁ ଯାଉଥିବାରୁ ସେମାନେ ବେଶ ଆନନ୍ଦିତ ଅଛନ୍ତି ।

ଚଳିତ ବର୍ଷ ସେମାନେ ଇଟାଲୀରେ ତାଙ୍କ ବିବାହର ୧୦ ବର୍ଷ ପାଳନ କରିଥିଲେ । ଶ୍ରୀ ହନୁମାନଙ୍କ ଆଶୀର୍ବାଦରୁ ଆମେ ବାପାମାଆ ହେବାରେ ସୌଭାଗ୍ୟ ଅର୍ଜନ କରିବାକୁ ଯାଉଛି । ଆପଣମାନଙ୍କ ଆଶୀର୍ବାଦ ଓ ସ୍ନେହ ଆମ ସହିତ ରହିବ ବୋଲି ଆଶା ରଖିଛୁ । ପ୍ରଶଂସକମାନେ ମଧ୍ୟ ଏ ନେଇ ବେଶ ଉତ୍ସାହିତ ଅଛନ୍ତି । ରାମଚରଣଙ୍କ ଆରଆରଆର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ପରେ ଏବେ ନାମ ଘୋଷଣା ହୋଇ ନ ଥିବା ଆରସି ୧୫ ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Related Articles

Back to top button