ଜ୍ୱର ଆସିବାରୁ ରାଜୁ ଶ୍ରୀବାସ୍ତବଙ୍କୁ ପୁଣି ଭେଣ୍ଟିଲେଟରକୁ ସ୍ଥାନାନ୍ତର କଲେ ଡାକ୍ତର

ମୁମ୍ଵାଇ : ପୁଣି ବିଗିଡ଼ିଲା କମେଡିଆନ ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟାବସ୍ଥା। ରାଜୁଙ୍କୁ ଆସିଲା ୧୦୦ ଡିଗ୍ରୀ ଜ୍ଵର। ସ୍ଵାସ୍ଥ୍ୟାବସ୍ଥା ବଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ପୁଣି ଥରେ ସ୍ଥାନାନ୍ତର କରାଯାଇଛି। ତେବେ ରାଜୁ ଶ୍ରୀବାସ୍ତବଙ୍କ ହାର୍ଟ ବିଟ୍, ବିପି ଏବଂ ଅକ୍ସିଜେନ୍ ଲେବୁଲ୍ ସ୍ଥିର ରହିଛି। ତାଙ୍କ ଉପରେ ଡାକ୍ତରୀ ଟିମ୍‌ ମଧ୍ୟ ନଜର ରଖିଛନ୍ତି।

ସୂଚନାନୁଯାୟୀ, ଗତ ୨୩ ଦିନ ହେଲା ରାଜୁ ଶ୍ରୀବାସ୍ତବ ଏମ୍ସ ହସ୍ପିଟାଲ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ଵାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ଏଥିପାଇଁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଥିଲା। କିନ୍ତୁ ଏବେ ସ୍ଵାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ରାଜୁ ଶ୍ରୀବାସ୍ତବ ଏବେ ୮୦-୯୦ ପ୍ରତିଶତ ନ୍ୟାଚୁରାଲ୍‌ ଅକ୍ସିଜେନ ନେଉଛନ୍ତି।

ସୂଚନା ଥାଉକି, ୯ ଅଗଷ୍ଟରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଇରୋଜ ହୋଟେଲରେ ରହିଥିଲେ। ଏହି ସମୟରେ ହୋଟଲର ଜିମ୍‌ରେ ୱାର୍କ ଆଉଟ୍‌ କରିବା ସମୟରେ ହଠାତ୍‌ ତଳେ ପଡ଼ିଯାଇଥିଲେ। ଯାହାଫଳରେ ଛାତିରେ ଯନ୍ତ୍ରଣା ଅନୂଭବ ହୋଇଥିଲା। ସେହି ସମୟରେ ତାଙ୍କୁ ତୁରନ୍ତ ଏମ୍ସରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୨୩ ଦିନ ହେବ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Related Articles

Back to top button