ଏସିଆର ୪ ଧନୀ ସେଲିବ୍ରିଟି କପଲ୍‌ଙ୍କ ଭିତରେ ଦୀପିକା ଓ ରଣବୀର

ଆୟଠାରୁ ଢେର ଅଧିକ ବ୍ରାଣ୍ଡ ଭ୍ୟାଲ୍ୟୁ

ମୁମ୍ୱାଇ: ବହୁତ ଧନୀ ଷ୍ଟାର କପଲ୍। ବଲିଉଡର ମୋଷ୍ଟ ଡିମାଣ୍ଡ ଷ୍ଟାର ଆଉ ଏସୀଆ ମହାଦେଶର ଧନୀ ସେଲିବ୍ରିଟି କପଲ । ଦୀପିକା ପାଦୁକୋନ୍ ଓ ରଣବୀର ସିଂ  ।  ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହ୍ୟୁମାନ୍ ବ୍ରାଣ୍ଡସ୍‌ର ସର୍ଭେ ରେ ଦୀପିକା –ରଣବୀରଙ୍କୁ ଏମିତି କ୍ରେଡିଟ୍ । କେବଳ ଧନୀ ନୁହନ୍ତି ପାୱାରଫୁଲ କପଲ ସେମାନେ ।

ବଲିଉଡ୍‌ର ୨୦୨୨ର ମୋଷ୍ଟ ପାଓ୍ବାରଫୁଲ୍ କପଲ୍ ମଧ୍ୟ  ରାମଲୀଲା ,ବାଜିରାଓ ମସ୍ତାନୀର ସୁପରହିଟ୍ ଯୋଡି । । ଏହି ବିଉଟିଫୁଲ୍ କପଲ୍ ଙ୍କୁ ଏକା ସାଙ୍ଗେ ଦେଖିବାକୁ ଦର୍ଶକ ଖୁବ୍ ଭଲପାଆନ୍ତି। ଦେଶ ବାହାରେ ବି ଏମାନଙ୍କର ପ୍ରଶଂସକ ଢେର। ସମ୍ମାନ ବି ଅଛି। କାନସ୍ ଫେଷ୍ଟିଭାଲରେ ଜୁରୀ ଥିଲେ ଦୀପିକା ।

ଏହି ରିପୋର୍ଟ ଅନୁଯାୟୀ ଦୀପିକା ହେଉଛନ୍ତି ଭାରତର ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତ୍ରୀ। ସିନେମା ଏବଂ ବ୍ରାଣ୍ଡ ପ୍ରମୋସନ ତଥା ଆଡ୍ ଆଦିରୁ ତାଙ୍କର  ହାରାହାରି ଆୟ ୪୦ କୋଟିରୁ ବେଶି । ତାଙ୍କ ବ୍ରାଣ୍ଡ ଭ୍ୟାଲ୍ୟୁ ପ୍ରାୟ ୩୪୦ କୋଟି ଓ ସେ ସିନେମା ପିଛ୍ଛା ୨୯ କୋଟିରୁ ଅଧିକ ଟଙ୍କା ନେଇଥାଆନ୍ତି। ରଣବୀରଙ୍କ ଆଭରେଜ ଆୟ ୨୧ କୋଟି ହୋଇଥିବାବେଳେ ସେ ଗୋଟେ ସିନେମା ପାଇଁ ୨୦ କୋଟି ନିଅନ୍ତି।  ଡଫ୍ ଏଣ୍ଡ୍ ଫେଲ୍ପସ୍ର ରିପୋର୍ଟ ଅନୁଯାୟୀ ରନବୀରଙ୍କ ବ୍ରାଣ୍ଡ୍ ଭ୍ୟାଲ୍ୟୁ ୧୫୮ ମିଲିୟନ ଡଲାର ଅଟେ।

ରଣବୀର ଓ ଦୀପିକାଙ୍କ ସହ ଏଏସୀଆର ଟପ୍ ୪ ସେଲିବ୍ରିଟି ପାଓ୍ବାର କପଲଙ୍କ ମଧ୍ୟରେ ହଙ୍ଗକଙ୍ଗର ଟୋନି ଲଙ୍ଗ ଓ କରିନା ଲୌ, ସାଉଥ୍ କୋରିଆର ରୈନ ଓ କିମ୍ ତାଇ-ହି ଏବଂ ସିଙ୍ଗାପୁରର ଫାନ୍ ଓ୍ବଙ୍ଗ ଓ କ୍ରିଷ୍ଟୋଫର୍ ଲି । ଏହି  ସୁପରଷ୍ଟାର ଅଭିନୟ ସାଙ୍ଗକୁ ମଡେଲିଂ ଏବଂ ଆଡ୍ ପ୍ରମୋସନରୁ ବିପୁଳ ଆୟ କରିଥାନ୍ତି ।

Related Articles

Back to top button