‘ଦିଲ୍ଲୀ କ୍ରାଇମ୍‌-୨’ର ଟ୍ରେଲର ରିଲିଜ୍‌

ଓ୍ବେବ୍‌ ସିରିଜ୍‌ ‘ଦିଲ୍ଲୀ କ୍ରାଇମ’ର ସଫଳତା ପରେ ବର୍ତ୍ତମାନ ଦର୍ଶକ ଏହାର ସିଜନ ୨କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହି ୱେବ ସିରିଜର ଦ୍ୱିତୀୟ ସିଜିନର ଟ୍ରେଲର ରିଲିଜ ହୋଇଛି। ‘ଦିଲ୍ଲୀ କ୍ରାଇମ ସିଜନ ୨’ରେ ଜଣେ ବୃଦ୍ଧଙ୍କ ନିର୍ଦ୍ଦୟ ହତ୍ୟାକୁ ଦର୍ଶାଇବ। ଏହି ସିରିଜର ପ୍ରଥମ ସିଜିନ୍‌ରେ ଦିଲ୍ଲୀର ଚର୍ଚ୍ଚିତ ନିର୍ଭୟା କାଣ୍ଡ ଉପରେ ଆଧାରିତ ଥିଲା। ଏହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ‘ଦିଲ୍ଲୀ କ୍ରାଇମ ସିଜନ ୨’ରେ ଶେଫାଳୀ ଶାହାଙ୍କୁ ଦକ୍ଷିଣ ଦିଲ୍ଲୀର ଡିସିପି ବର୍ତ୍ତିକା ଭୂମିକାରେ ଦେଖିବାକୁ ମିଳିବ। ପ୍ରଥମ ସିଜିନ୍‌ରେ ମଧ୍ୟ ତାଙ୍କ ଭୂମିକା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଅଗଷ୍ଟ ୨୬ରେ ନେଟଫ୍ଲିକ୍ସରେ ‘ଦିଲ୍ଲୀ କ୍ରାଇମ ସିଜନ ୨’ ପ୍ରସାରିତ ହେବ। ଏହି ୱେବ ସିରିଜରେ ପୁଣି ଥରେ ରସିକା ଦୁଗ୍ଗଲ ଏବଂ ରାଜେଶ ତେଲାଙ୍ଗ ଦର୍ଶକଙ୍କୁ ମନୋରଞ୍ଜନ କରିବେ।

Related Articles

Back to top button