ଦିଲ୍ଲୀରେ ନଭେମ୍ବର ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବ ଇୟୁ ଫିଲ୍ମ ଫେଷ୍ଟିଭାଲ

ନୂଆଦିଲ୍ଲୀ: ସିନେପ୍ରମୀଙ୍କ ଲାଗି ଏକ ଭଲ ଖବର। ଭାରତରେ ୨ ବର୍ଷ ପରେ ପୁଣିଥରେ ଇୟୁରୋପୀୟ ସଂଘର ଚଳଚିତ୍ର ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୨୪ରୁ ଅଧିକ ଇୟୁରୋପୀୟ ଦେଶଙ୍କ ୨୩ଟି ଭାଷାରେ ନିର୍ମିତ ପ୍ରାୟ ୨୭ଟି ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହେବ। ଏହି ଫିଲ୍ମଗୁଡିକ ଇୟୁରୋପୀୟ ଦେଶଙ୍କ କାହାଣୀ ନୁହେଁ ଦିଲ୍ଲୀରେ ରହି ବିଭିନ୍ନ ସଂସ୍କୃତିର ଅନୁଭବ ଲାଗି ଏକ ସୁଯୋଗ ମଧ୍ୟ ଦେବ।

ଇୟୁ ଫିଲ୍ମ ଫେଷ୍ଟିଭାଲର ଉଦଘାଟନ ଦିଲ୍ଲୀରେ ନଭେମ୍ବର ୪ ତାରିଖ ଦିନ ହେବ। ଏହି ମହୋତ୍ସବ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଫିଲ୍ମ ଫେଷ୍ଟିଭାଲରେ ଅଷ୍ଟ୍ରିୟା, ବେଲଜିୟମ, ବୁଲଗାରିଆ, କ୍ରୋଏସିୟା,ଚେକିଆ, ଡେନମାର୍କ, ଏଷ୍ଟୋନିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍, ହଙ୍ଗେରୀ, ଆର୍ୟଲ୍ୟାଣ୍ଡ, ଇଟାଲୀ, ଲାଟଭିଆ, ଲିଥୁଆନିଆ, ଲକଜମ୍ବର୍ଗ,ମାଲ୍ଟା, ନିଦରଲ୍ୟାଣ୍ଡ,ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ, ସ୍ଲୋଭେନିଆ, ସ୍ପେନ, ସ୍ୱିଡେନ ଓ ପର୍ତ୍ତୁଗାଲର ଫିଲ୍ମ ପ୍ରଦର୍ଶିତ ହେବ।

ଏହି ଚଳଚିତ୍ର ଉତ୍ସବରେ ଭିନ୍ନଭିନ୍ନ ଦେଶଙ୍କ ଭଲଭଲ ଫିଲ୍ମ ସମେତ ପୁରସ୍କାର ବିଜେତା ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ। ଭାରତରେ ଏହି ଚଳଚିତ୍ର ଉତ୍ସବର ଆୟୋଜନ ଇୟୁଙ୍କ ସଦସ୍ୟ ଦେଶଙ୍କ ଦୂତାବାସ କରୁଛନ୍ତି। ୨୦୨୨ରେ ଇୟୁରୋପୀୟ ସଂଘ ଓ ଭାରତର ରାଜନୈତିକ ସମ୍ପର୍କକୁ ୬୦ ବର୍ଷ ପୂରଣ ହେବାକୁ ଯାଉଛି। ଏଣୁ ଏହି ଉତ୍ସବକୁ ସମ୍ପର୍କର ସ୍ମାରକି ବୋଲି ମଧ୍ୟ ମନେ କରାଯାଉଛି। ଇୟୁ ଫିଲ୍ମ ଫେଷ୍ଟିଭାଲରେ ଦର୍ଶକଙ୍କୁ କମେଡି, ଆକ୍ସନ, ଡ୍ରାମା ଓ ଆନିମେସନ ଆଦି ବିଭିନ୍ନ ଶୈଳୀର ଚଳଚିତ୍ର ଦେଖାଯିବ।

ସୂଚନା ଅନୁସାରେ ଇୟୁ ଫିଲ୍ମ ଫେଷ୍ଟିଭାଲ ରାଜଧାନୀ ଦିଲ୍ଲୀର ୩ଟି ସ୍ଥାନ ଇଣ୍ଡିଆ ହେବିଟାଟ ସେଣ୍ଟର, ଇନିଷ୍ଟିଚ୍ୟୁଟୋ ସର୍ଭେଣ୍ଟସ ଓ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ନଭେମ୍ବର ୪ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଫିଲ୍ମ ଫେଷ୍ଟିଭାଲ ପରେ ଭର୍ଚୁଆଲ ଫିଲ୍ମ ଫେଷ୍ଟିଭାଲ ମଧ୍ୟ ଅନୁଷ୍ଠିତ ହେବ ଓ ଏହା୧୫ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Related Articles

Back to top button