ଅଭିନେତ୍ରୀ ଶିବାଲିକା ଓବରଇଙ୍କୁ ବିବାହ କଲେ ନିର୍ଦ୍ଦେଶକ ଅଭିଷେକ ପାଠକ

ମୁମ୍ବାଇଏବେ ବଲିଉଡରେ ଚାଲିଛି ବିବାହ ଋତୁ । ପ୍ରଥମେ କେ.ଏଲ୍. ରାହୁଲ ଓ ଆଥେୟାଙ୍କ ପରେ କ୍ରିକେଟର ଅକ୍ଷର ପଟେଲ ଓ ମେହା, ଏବଂ ତାଙ୍କ ପରେ  କିଆରା ଓ ସିଦ୍ଧାର୍ଥଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଏହି କ୍ରମରେ ସୁପରହିଟ୍‌ ଫିଲ୍ମ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ ଅଭିଷେକ ପାଠକ କେମିତି ବା ପଛରେ ରହିଥାନ୍ତେ । ଅଭିଷେକ ମଧ୍ୟ ଗତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିଷେକ ଅଭିନେତ୍ରୀ ଶିବାଲିକା ଓବରଇଙ୍କୁ ଗତ ଗୁରୁବାର ଗୋଆରେ ବିବାହ କରିଛନ୍ତି । ଶିବାଲିକା ଓ ଅଭିଷେକଙ୍କ ପ୍ରେମ କାହାଣୀ ‘ଖୁଦା ହାଫିଜ’ ସିନେମା ସେଟରୁ ଆରମ୍ଭ ହୋଇଥିଲା । ଦୁହେଁ କିଛିଦିନ ଡେଟ କରିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଦୁହେଁ ନିଜ ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରିଛନ୍ତି। ଏଥିରେ ଶିବାଲିକା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଅଭିଷେକ ଧଳା ରଙ୍ଗର ସେରୱାନି ପିନ୍ଧି ମୁଣ୍ଡରେ ପଗଡ଼ି ବାନ୍ଧିଥିବା ଦେଖିବାକୁ ମିଳୁଛି। ଏହି ଷ୍ଟାର କପୁଲଙ୍କ ବିବାହରେ ସେମାନଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ସହ ଇଣ୍ଡଷ୍ଟ୍ରିର ଜଣାଶୁଣା ସେଲିବ୍ରିଟି ଯୋଗ ଦେଇଥିଲେ ।

Related Articles

Back to top button