
ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂ ମାଧ୍ୟମରେ ୪.୫୦ କୋଟି ଟଙ୍କା କଲେକସନ୍ କରିଛି ଦୃଶ୍ୟମ୍-୨
ମୁମ୍ଵାଇ: ବଲିଉଡ ଅଭିନେତା ଅଜୟ ଦେବଗନ । ତାଙ୍କ ଫିଲ୍ମ ଦୃଶ୍ୟମ ରିଲିଜ ପାଇଁ ମାତ୍ର ଗୋଟିଏ ଦିନ ବାକି ଅଛି। ଅଜୟ ଦେବଗନ୍, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସରନଙ୍କ ଅଭିନୀତ ଚଳଚ୍ଚିତ୍ର ନଭେମ୍ବର ୧୮ ଅର୍ଥାତ୍ ଆସନ୍ତାକାଲି ମୁକ୍ତିଲାଭ କରୁଛି। ରିଲିଜ୍ ପୂର୍ବରୁ ମଧ୍ୟ ଏହି ଫିଲ୍ମ କୋଟି କୋଟି ଟଙ୍କା କଲେକସନ୍ କରିଛି ଏବଂ ଆଶା କରାଯାଉଛି ଯେ ଏହି ଚଳଚ୍ଚିତ୍ରଟି ଭଲ ସଂଗ୍ରହ କରିପାରିବ।
କହିବାକୁ ଗଲେ ଦର୍ଶକ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଛନ୍ତି। ଫାଷ୍ଟ ପାର୍ଟ ଦେଖିବା ପରେ ଦ୍ଵିତୀୟ ପାର୍ଟ ଦେଖିବା ପାଇଁ ଦର୍ଶକ ଖୁବ୍ ଉତ୍ସାହ ଅଛନ୍ତି। ବକ୍ସ ଅଫିସ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦୃଶ୍ୟମ୍-୨ ବର୍ତ୍ତମାନ ପର୍ଯ୍ୟନ୍ତ ୪.୨୫ ରୁ ୪.୫୦ କୋଟି ଟଙ୍କା ଆଡଭାନ୍ସ ବୁକିଂ ମାଧ୍ୟମରେ କଲେକସନ୍ କରିଛି। କୁହାଯାଉଛି ଏହି ବୁକିଂ ଆଗକୁ ବଢିପାରେ।
ନଭେମ୍ବର ୧୮ ଅର୍ଥାତ୍ ଆସନ୍ତାକାଲି ଦୃଶ୍ୟମ-୨ ରିଲିଜ୍ ହେବ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ପାଠକ । ଏହି ଚଳଚ୍ଚିତ୍ରରେ, ଯେଉଁଠାରେ ଅନ୍ୟ ସମସ୍ତ ଚରିତ୍ର ଏବଂ ଅଭିନେତା ସମାନ ଥିବାବେଳେ ଅକ୍ଷୟ ଖନ୍ନାଙ୍କ ଏକ ନୂଆ ଏଣ୍ଟ୍ରି ହୋଇଛି। ଯିଏ ମାମଲାର ସମାଧାନ ପାଇଁ ଆସିଛନ୍ତି। ଫିଲ୍ମର ଟ୍ରେଲର ଏବଂ ଗୀତ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥି ସହିତ କୁହାଯାଉଛି କି ଫିଲ୍ମଟି ପ୍ରଥମ ଭାଗର କଲେକସନ୍ର ରେକର୍ଡ ଭାଙ୍ଗିପାରେ।