‘ପୋନ୍ନୟିନ ସେଲଭମ’ ଫିଲ୍ମ ଲାଗି ୧୮ ଜଣ କାରିଗର ୬ ମାସ ଲାଗି ତିଆରି କରିଛନ୍ତି ଐଶ୍ୱର୍ଯ୍ୟାଙ୍କ ଗହଣା

ମୁମ୍ବଇ: ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବଶୀଘ୍ର ହଙ୍ଗାମା କରିବାକୁ ଆସୁଛନ୍ତି । କଥା ହେଲୋ ଏବେ ଐଶ୍ୱର୍ଯ୍ୟା ତାଙ୍କ ଅପକମିଂ ଫିଲ୍ମ ‘ ପୋନ୍ନୟିନ ସେଲଭମ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏସବୁ ଭିତରେ ଏବେ ତାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ଯୋର ଧରିଛି । ଏଥିରେ ଐଶ୍ୱର୍ଯ୍ୟା ଯେଉଁ ଗହଣା ପିନ୍ଧିଛନ୍ତି ତାହା ତାଙ୍କ ଲୁକ୍‌କୁ ଆହୁରି ସୁନ୍ଦର ଲାଗୁଛି । ହେଲେ ଏସବୁ ଗହଣା ତିଆରି କରିବାକୁ ୧୮ ଜଣ କାରିଗରଙ୍କୁ ୬ ମାସ ସମୟ ଲାଗିଥିବା ଜଣାପଡିଛି । ଫିଲ୍ମରେ ଐଶ୍ୱର୍ଯ୍ୟା ‘ନନ୍ଦିନୀ’ ଭୂମିକାରେ ନଜର ଆସିବେ । ଏହା ଏକ ଐତିହାସିକ ଚରିତ୍ର ହୋଇଥିବା ବେଳେ ଫିଲ୍ମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଗହଣା ତିଆରି କରାଯାଇଥିବା କୁହାଯାଉଛି ।
ଅତି ସୁନ୍ଦର ଲାଗୁଥିବା ଏହି ଗହଣାକୁ ହାଇଦ୍ରାବାଦର ଏକ କମ୍ପାନୀ ଦ୍ୱାରା ତିଆରି କରାଯାଇଛି । ଏହି କମ୍ପାନୀର ନାଁ ହେଲା କିଶନଦାସ ଆଣ୍ଡ କମ୍ପାନୀ । ଏହି ଗହଣା ତିଆରି କରିବାକୁ କମ୍ପାନୀର ୩ ଜଣ ଆଭୁଷଣ ଡିଜାଇନର ସାମିଲ ଥିଲେ । ଇତିହାସକୁ ଧ୍ୟାନରେ ରଖି ଏହି ଗହଣାକୁ ତିଆରି କରିବାକୁ ପ୍ରାୟ ୬ ମାସ ସମୟ ଲାଗିଥିବା ବେଳେ ୧୮ ଜଣ କାରିଗର ଏହାକୁ ତିଆରି କରିଛନ୍ତି ।

Related Articles

Back to top button