ରାଇମୋହନ ପରିଡ଼ାଙ୍କ ଦୁଇ ଚକ୍ଷୁ ଦାନ

ରାଇମୋହନ ପରିଡ଼ାଙ୍କ ଦୁଇ ଚକ୍ଷୁ ଦାନ ଦିଆଯାଇଛି। ଭୁବନେଶ୍ବରସ୍ଥିତ ଏଲ ଭି ପ୍ରସାଦ ଇନଷ୍ଟିଚ୍ୟୁଟର ମେଡିକାଲ ଷ୍ଟାଫ୍‌ ରାଇମୋହନ ପରିଡ଼ାଙ୍କ ଚକ୍ଷୁ ଗ୍ରହଣ କରିଛନ୍ତି। ଏ ନେଇ ଏଲ ଭି ପ୍ରସାଦ ଇନଷ୍ଟିଚ୍ୟୁଟର କାଉନସେଲର୍ ରାଇମୋହନଙ୍କ ଦୁଇ ଝିଅଙ୍କୁ ଚକ୍ଷୁଦାନର ପ୍ରମାଣପତ୍ର ଦେଇଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆକସ୍ମିକ ବିୟ‌ୋଗ ମନୋରଞ୍ଜନ ଜଗତ ପାଇଁ ଏକ ଶକ୍ତ ଧକ୍କା। ଯଦିଓ ଅଭିନୟ ଦୁନିଆରେ ସେ ଖଳନାୟକୀ ଲାଗି ପରିଚୟ ଅର୍ଜନ କରିଥିଲେ, ବାସ୍ତବରେ ଜଣେ ଖଳନାୟକ ନୁହେଁ, ବରଂ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ନାୟକ ଥିଲେ ରାଇମୋହନ। ସେ ଆଜି ରାଜଧାନୀର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ରାଇମୋହନ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ।

 

Related Articles

Back to top button