ତେଲୁଗୁ ଅଭିନେତା କାଇକାଲା ସତ୍ୟନାରାୟଣାଙ୍କ ପରଲୋକ: ୭୦୦ରୁ ଅଧିକ ସିନେମାରେ ଅଭିନୟ କରିଥିଲେ

ନୂଆଦିଲ୍ଲୀ : ପ୍ରଖ୍ୟାତ ତେଲୁଗୁ ଅଭିନେତା କାଇକାଲା ସତ୍ୟନାରାୟଣା(୮୭)ଙ୍କର ହାଇଦ୍ରାବାଦଠାରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ଦୀର୍ଘ ୬ ଦଶନ୍ଧି ଧରି ସେ ଦର୍ଶକଙ୍କୁ ଅଭିନୟ ଯାଦୁରେ ବାନ୍ଧି ରଖିଥିଲେ। ୭୦୦ରୁ ଅଧିକ ସିନେମାରେ ଖଳନାୟକଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚରିତ୍ରରେ ସେ ଅଭିନୟ କରିଛନ୍ତି।

ବର୍ଷିୟାନ ଅଭିନେତା ସତ୍ୟନାରାୟଣଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସିନେମା କ୍ଷେତ୍ରର ପ୍ରଖ୍ୟାତ ବ୍ୟକ୍ତିତ୍ବ ସତ୍ୟନାରାୟଣଙ୍କ ବିୟୋଗ ତାଙ୍କୁ ଯନ୍ତ୍ରଣା ଦେଇଛି। ତାଙ୍କର ଉଲ୍ଲେଖନୀୟ ଅଭିନୟ ଦକ୍ଷତା ପାଇଁ ସେ ବିଭିନ୍ନ ପିଢ଼ିର ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ପରିବାରବର୍ଗଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Related Articles

Back to top button