ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ

ମୁମ୍ବାଇ:  ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ଆଜି ଦେହାନ୍ତ ହୋଇଛି । ଚେନ୍ନାଇରେ ତାଙ୍କ ଘରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିବା ସହ ସବୁଆଡେ ଶୋକର ଛାୟା ଖେଳିଯାଇଛି।

ତେବେ ଗାୟକ ବାଣୀ ଜୟରାମଙ୍କୁ ମୃତ୍ୟୁ ବେଳକୁ ୭୭ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କର ମୃତ୍ୟୁପରେ ଘରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଅନେକ କଳାକାର ପହଞ୍ଚିଥିବା ଜଣାପଡିଛି । ତେବେ ଗାୟକଙ୍କ କିପରି ମୃତ୍ୟୁ ହୋଇଛି ବର୍ତ୍ତମାନ ସେ ସମ୍ପର୍କରେ କୈଣସି ସୂଚନା ମିଳିପାରି ନାହିଁ । ତେବେ କଣ୍ଠଶିଳ୍ପୀ ବାଣୀ ଜୟରାମ ନିକଟରେ ପଦ୍ମ ଭୂଷଣ ସମ୍ନାନରେ ମଧ୍ୟ ସମ୍ନାନୀତ ହୋଇଥିଲେ ।

ତେବେ ବାଣୀ ଜୟରାମ ତାଙ୍କ ଜୀବନକାଳ ମଧ୍ୟରେ ୧୦ ହଜାରରୁ ଅଧିକ ଗୀତ ଗାଇଥିବା ବେଳେ ହିନ୍ଦି ଓ ଓଡିଆରେ ମଧ୍ୟ ସେ ଅନେକ ଗୀତ ପରିବେଷଣ କରିକିଛନ୍ତି । ଏଥିସହିତ ସେ ତାଙ୍କ ସଂଙ୍ଗୀତ କ୍ୟାରିୟରରେ ଅନେକ ସୁନ୍ଦର ଗୀତରେ ନିଜର ସ୍ୱର ଦେଇଛନ୍ତି । ସଙ୍ଗୀତ ଜଗତରେ ତାଙ୍କର ଅବଦାନ ସର୍ବଦା ପ୍ରଶଂସିତ ହେବ । ଭାନି ଜୟରାମଙ୍କ ଦେହାନ୍ତ ଖବର ତାଙ୍କ ସମସ୍ତ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି।

Related Articles

Back to top button