‘ହର ହର ଶମ୍ଭୁ’ ଗୀତ ଗାଇ କ୍ରୋଧର ସମ୍ମୁଖୀନ ହେଲେ ଫରମାନି ନାଜ

ଜିତୁ ଶର୍ମା ଓ ଅଭିଲିପ୍‌ସା ପଣ୍ଡା ଗାଇଥିବା ଶିବ ଭଜନ ‘ହର ହର ଶମ୍ଭୁ ଶିବ ମହାଦେବ’ ଚଳିତ ସିଜିନରେ ଲୋକପ୍ରିୟ ହୋଇଛି। ବିଶେଷ କରି ଶ୍ରାବଣ ଜଳଲାଗି ପାଇଁ କାଉଡ଼ିଆମାନଙ୍କ ମୁହଁରେ ବି ଏହି ଭଜନ। ଏହା ହିନ୍ଦୁ ଦେବତା ଶିବଙ୍କୁ ପ୍ରଶଂସା କରୁଥିବା ଏକ ଗୀତ। ଶ୍ରାବଣ ମାସରେ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଗାୟିକା ଫରମାନି ତାଙ୍କ ୟୁଟ୍ୟୁବ୍ ଚାନେଲରେ ଗୀତ ଅପଲୋଡ୍ କରିଥିଲେ। ଅନେକେ ଫରମାନିଙ୍କ କଣ୍ଠରେ ଏହି ଭଜନକୁ ପ୍ରଶଂସା କରିଛନ୍ତି। ହେଲେ ହିନ୍ଦୁମାନଙ୍କ ଏହି ଲୋକପ୍ରିୟ ଭଜନକୁ ଗାଇବା ପରେ ମୁସଲମାନମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ଗାୟିକା ଫରମାନି ନାଜ ଆପଣା ସମ୍ପ୍ରଦାୟର ଏକ ବର୍ଗର କ୍ରୋଧର ସମ୍ମୁଖୀନ ହୋଇଛନ୍ତି।

କିଛି ବର୍ଷ ପୂର୍ବେ ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲ୍‌ରେ ଭାଗ ନେଇଥିବା ଗାୟିକା ତଥା ୟୁଟ୍ୟୁବର୍ ଫରମାନି ନାଜ ଶିବ ଭଜନ ‘ହର ହର ଶମ୍ଭୁ’ ଗାୟନକୁ ନେଇ ଜଣେ ମୁସଲମାନ ଧର୍ମଗୁରୁଙ୍କ ଦ୍ୱାରା ସମାଲୋଚିତ ହୋଇଛନ୍ତି। ଜଣେ ମୁସଲମାନ ହୋଇ ହିନ୍ଦୁ ଭଜନ ଗାଇବା ମୁସଲମାନମାନଙ୍କ ଭାବନାକୁ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଫରମାନି ଉତ୍ତରପ୍ରଦେଶର ମୁଜାଫରନଗର ବାସିନ୍ଦା। ଇଣ୍ଡିଆନ୍ ଆଇଡଲର ଦ୍ୱାଦଶ ସିଜନରେ ଅଂଶଗ୍ରହଣ କରିବା ପରେ ସେ ଖ୍ୟାତି ଅର୍ଜନ କରିଥିଲେ। ସେ ୟୁଟ୍ୟୁବରେ ୩.୮୪ ନିୟୁତ ପ୍ରଶଂସକଙ୍କ ସମର୍ଥନ ଲାଭ କରିଛନ୍ତି । ସେ ମଧ୍ୟ ଜଣେ ସକ୍ରିୟ ଇନଷ୍ଟାଗ୍ରାମ ବ୍ୟବହାରକାରୀ। ଏଥିରେ ତାଙ୍କର ୧୫.୨ ହଜାର ଅନୁସରଣକାରୀ ଅଛନ୍ତି। ଫରମାନି ନିୟମିତ ଭାବରେ ଇନଷ୍ଟାଗ୍ରାମରେ ଭିଡିଓ ଏବଂ ରିଲ୍ ପୋଷ୍ଟ କରନ୍ତି। ପୁଅ ଜନ୍ମ ହେବା ପରେ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ସଙ୍ଗୀତ ବୃତ୍ତିରୁ ଉପାର୍ଜିତ ଅର୍ଥ ମାଆ ପୁଅଙ୍କ ଭରଣପୋଷଣର ଏକମାତ୍ର ମାଧ୍ୟମ।

Related Articles

Back to top button