ରିଲିଜ୍‌ ହେଲା ‘ଗଡଫାଦର’ ଫିଲ୍ମ

ମୁମ୍ଵାଇ : ସାଉଥ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ‘ଗଡଫାଦର’ ପ୍ରେକ୍ଷାଳୟକୁ ଆସିଛି। ପ୍ରଶଂସକମାନେ ଦୀର୍ଘ ସମୟ ଧରି ବଡ ପରଦାରେ ଅଭିନେତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ । ଶେଷରେ, ଅକ୍ଟୋବର ୫ରେ ଦଶହରା ଅବସରରେ ଲୋକଙ୍କ ଅପେକ୍ଷା ସମାପ୍ତ ହେଲା । ପ୍ରଥମ ଦିନରେ ପ୍ରଥମ ଶୋ ଦେଖିବା ପାଇଁ ଲୋକମାନେ ପ୍ରେକ୍ଷାଳୟରେ ପହଞ୍ଚିଛନ୍ତି ।

ଏହି ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ଯେ ସୋସିଆଲ ମିଡିଆ ଜରିଆରେ ଉପଭୋକ୍ତାମାନେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ଏବଂ ସୁପରଷ୍ଟାର ସଲମାନ ଖାନଙ୍କ କେମିଓ ରୋଲ୍‌କୁ ପସନ୍ଦ କରୁଛନ୍ତି। ତେଲୁଗୁ ତଥା ହିନ୍ଦୀ ଦର୍ଶକଙ୍କ ପାଇଁ ଫିଲ୍ମରେ ଆକର୍ଷଣର କେନ୍ଦ୍ର ସଲମାନ ଖାନ ଏବଂ ଚିରଞ୍ଜୀବୀଙ୍କ ଯୋଡି ହୋଇଛି।

ଫିଲ୍ମ ରିଲିଜ୍ ହେବା ପରେ ଟ୍ଵିଟ୍‌ରରେ ଟ୍ରେଣ୍ଡ ହେବାରେ ଲାଗିଛି ‘ବସ୍ ଇଜ୍ ବ୍ୟାକ୍’ । କିନ୍ତୁ ଜଣେ ୟୁଜର୍ସ ଲେଖିଛି ‘ବସ୍ ଗଡଫାଦରଙ୍କ ସହ ଫେରି ଆସିଛନ୍ତି। ଚିରଞ୍ଜୀବୀଙ୍କ ପ୍ରଶଂସକଙ୍କ ପାଇଁ ଏହା କୌଣସି ଉପହାର ଠାରୁ କମ୍ ନୁହେଁ । ଜୟମ ମୋହନରାଜ ଏକ ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଫିଲ୍ମରେ ଚିରଞ୍ଜୀବୀଙ୍କ ଭିନ୍ନ ସ୍ଵାଗ୍‌ରେ ଦେଖିବାକୁ ମିଳୁଛି।

Related Articles

Back to top button