‘ସିଙ୍ଘମ୍‌-୩’ ପରେ ପରଦାକୁ ଆସିବ ‘ଗୋଲମାଲ-୫’

ମୁମ୍ଵାଇ: ହିନ୍ଦୀ ସିନେମାର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ। ସେ ଖୁବ୍ ଶୀଘ୍ର ‘ଇଣ୍ଡିଆନ୍‌ ପୋଲିସ୍ ଫୋର୍ସ’ ସହିତ OTT ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସମୟରେ ସେ ତାଙ୍କର ‘ଗୋଲମାଲ ଫ୍ରାଞ୍ଚାଇଜ’ର ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେ ଅଜୟ ଦେବଗାନଙ୍କ ସହ ‘ଗୋଲମାଲ-୫’ ‘କରିବାକୁ ଯାଉଛନ୍ତି ବୋଲି ନିଶ୍ଚିତ କରିଛନ୍ତି। ଏଭଳି ପରିସ୍ଥିତିରେ ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀ ପୁଣି ଥରେ ବଡ ପରଦାରେ ଧମାଲ୍‌ କରୁଥିବା ନଜର ଆସିବେ।

ନିକଟରେ ରୋହିତ ଶେଟ୍ଟୀ ଅଜୟ ଦେବଗନଙ୍କ ସହ ‘ସିଙ୍ଘମ୍-୩’ ‘କରିବାକୁ ଘୋଷଣା କରିଥିଲେ। ଏନେଇ ଏକ ସାକ୍ଷାତକାରରେ ରୋହିତ ନିଶ୍ଚିତ କରିଛନ୍ତି ଯେ ‘ଗୋଲମାଲ’ ପ୍ରସ୍ତୁତ ହେବ। ସେ କହିଛନ୍ତି ଯେ ‘ଗୋଲମାଲ୍’ ସିଙ୍ଘମ ପରେ କିମ୍ବା ହୁଏତ ଆଉ ବର୍ଷ ପରେ ଆରମ୍ଭ ହୋଇପାରେ । ରୋହିତଙ୍କ କହିବାନୁସାରେ, ସେ ‘ଗୋଲମାଲ’ ପ୍ରସ୍ତୁତ କରିବାକୁ ବହୁତ ମଜା ଆସେ ।

ସେ ଯେତେଦିନ ପର୍ଯ୍ୟନ୍ତ ଅଛନ୍ତି ସେ ଯାଏଁ ଚଳଚ୍ଚିତ୍ର ନିର୍ମାଣ ଜାରି ରଖିବେ । ରୋହିତ ସେୟାର କରି କହିଥିଲେ କରୋନା କାରଣରୁ ‘ଗୋଲମାଲ’ ନିର୍ମାଣରେ ବିଳମ୍ବ ହୋଇଛି। ବର୍ତ୍ତମାନ ସବୁ ଠିକ୍ ଅଛି। ଆମେ ଖୁବ୍‌ ଶୀଘ୍ର ‘ଗୋଲମାଲ୍’ କାମ ଆରମ୍ଭ କରିବାକୁ ଆଶା କରୁଛୁ । ରୋହିତ ଶେଟ୍ଟୀଙ୍କ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ତାଙ୍କୁ ଟିଭିର ପ୍ରସିଦ୍ଧ ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡି’ରେ ଦେଖିବାକୁ ମିଳିଛି। ସେ ଦୀର୍ଘ ବର୍ଷ ଧରି ଏହି ଶୋ’କୁ ହୋଷ୍ଟ କରିଆସୁଛନ୍ତି।

Related Articles

Back to top button