‘ଗୁଡ଼ବାଏ’ର ପୋଷ୍ଟର ରିଲିଜ ହେଲା, ବିଗ୍‌ ବିଙ୍କ ସହ ଏକାଠି ନଜର ଆସିଲେ ରଶ୍ମିକା

‘ପୁଷ୍ପା’ ଫେମ୍ ରଶ୍ମିକା ମନ୍ଦାନା ଓ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଗୁଡ୍‌ ବାଏ’ ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି । ଅମିତାଭ୍ ଓ ରଶ୍ମିକା ନିଜ ଇନଷ୍ଟାଗ୍ରାମ୍‌ରେ ଏହି ଫିଲ୍ମର ପୋଷ୍ଟର୍ ରିଲିଜ୍ କରିଛନ୍ତି। ଯେଉଁଥିରେ ଫିଲ୍ମର ରିଲିଜ୍ ଡେଟ୍ ରହିଛି ଅକ୍ଟୋବର ୭ । ପୋଷ୍ଟରରେ ଅମିତାଭ୍ ଓ ରଶ୍ମିକା ଏକାଠି ଗୁଡି ଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ନିଜର କିଲର୍ ବ୍ୟୁଟି, କ୍ୟୁଟ୍ ଚେହେରା ତଥା ୟୁନିକ୍ ଏକ୍ସପ୍ରେସନ୍ ସହିତ ଜବରଦସ୍ତ ଆକ୍ଟିଙ୍ଗ୍ ପାଇଁ ରଶ୍ମିକା ସାରା ଦେଶର ଅଡିଏନ୍ସଙ୍କ ଫେବ୍ରେଟ୍ ହୋଇପାରିଛନ୍ତି। ଗୀତ ଗୋବିନ୍ଦମ୍, ଡିଅର୍ କମ୍ରେଡ୍ ଓ ପୁଷ୍ପା ଆଦି ସିନେମାରେ କମାଲ କରି ନ୍ୟାସ୍ନାଲ୍ କ୍ରଶ୍ ସାଜିଥିଲେ ‘ରଶ୍ମିକା’ । ଏମିତିକି ଦେଶ ବାହାରେ ବି ତାଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି।

ଫିଲ୍ମ ‘ଗୁଡବାଏ’ରେ ଅମିତାଭ୍ ଓ ରଶ୍ମିକା ବାପା ଝିଅ ରୂପେ ନଜର ଆସିବେ। ତାଙ୍କ ବ୍ୟତୀତ ସିନେମାରେ ପପୁଲାର ସାଉଥ ସୁପରଷ୍ଟାର ତ୍ରିଶା କ୍ରିଷ୍ଣନ ଓ କାର୍ତ୍ତି ସହ ରୋହିତ ଶର୍ମା , ସୁନିଲ୍ ଗ୍ରୋଭର, ସାହିଲ୍ ମେହେତା, ସିଭିନ୍ ନାରଙ୍ଗ, ପାଓ୍ବଲି ଗୁଲାଟି ଆଦି କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି। ଏକତା କପୁର ଏହାର ପ୍ରଯୋଜନା ଦେଇଥିବାବେଳେ ନିର୍ଦ୍ଦଶନା ଦେଇଛନ୍ତି ବିକାଶ ବହଲ୍। ନିକଟରେ ରଶ୍ମିକା ‘ମେଗା ବ୍ଲକ୍‌ ବଷ୍ଟର’ ଫିଲ୍ମର ପୋଷ୍ଟର ରିଲିଜ୍ କରିଛନ୍ତି। ଯେଉଁଥିରେ କପିଲ ଶର୍ମା ଓ ଦୀପିକା ପାଦୁକୋନ୍ ନଜର ଆସିଛନ୍ତି। ଏହାର ଟ୍ରେଲର୍ ‘ସେପ୍ଟେମ୍ବର-୪’ରେ ରିଲିଜ୍ କରାଯିବ।

Related Articles

Back to top button