ପୁରୁଣା ଗାଡ଼ି ସ୍କ୍ରାପ ହେବ ନାହିଁ, ସଂରକ୍ଷଣ କରି ରଖିବା ପାଇଁ ଆଇନ ଆସିବ

ଭୁବନେଶ୍ୱର: ପରିବେଶର ସୁରକ୍ଷା ଦୃଷ୍ଟିରୁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ରାସ୍ତାରେ ଚାଲିପାରିବ ନାହିଁ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି । ତେବେ ସ୍କ୍ରାପିଂ ପଲିସୀକୁ ନେଇ ଆସିଛି ଏକ ବଡ଼ ଖୁସି ଖବର । ଏହାଦ୍ୱାରା ଗାଡ଼ି ମାଲିକମାନେ ଉପକୃତ ହୋଇପାରିବେ । ପୁରୁଣା ଗାଡ଼ି ସ୍କ୍ରାପ ହେବ ନାହିଁ । ସେଗୁଡ଼ିକୁ ସଂରକ୍ଷଣ କରି ରଖିବା ପାଇଁ ଆଇନ ଆସିବ ।

ତେବେ ସୂଚନା ମୁତାବକ, ଏ ବାବଦରେ ପରିବହନ ଓ ବାଣିଜ୍ୟ ବିଭାଗ ପ୍ରସ୍ତୁତି ଚଳାଇଛି । ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଏନେଇ ବିଧିବଦ୍ଧ ଭାବେ ଆରମ୍ଭ ହୋଇପାରେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍କ୍ରାପିଂ ପଲିସୀ ଲାଗୁ କରାଯାଇଥିଲେ ହେଁ ପୁରୁଣା ଗାଡ଼ି ବାବଦରେ କିଛି ସ୍ପଷ୍ଟ କରାଯାଇନାହିଁ । ତେଣୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ କିଛି ପଦକ୍ଷପ ଗ୍ରହଣ କରାଯିବ ।

ତେବେ ନୂଆ ନିୟମ ଲାଗୁ ହେବା ପରେ ପୁରୁଣା ଗାଡ଼ିକୁ ନିଜ ପାଖରେ ରଖିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗାଡ଼ି ମାଲିକଙ୍କୁ ଅନୁମତି ଦିଆଯିବ । ପୁରୁଣା ଗାଡ଼ିର ଇନ୍ସ୍ୟୁରାନ୍ସ, ଫିଟନେସ ପଞ୍ଜିକରଣ ଆଦି ବାବଦରେ ଗାଇଡଲାଇନ ଜାରି କରାଯିବ । ଏ ବାବଦରେ ପରିବହନ ପୋର୍ଟାଲରେ ସଂଶୋଧନ କରାଯାଇଛି । ଜାନୁଆରୀ ମାସରୁ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ଆରମ୍ଭ କରାଯିବ । ଅନେକ ଲୋକଙ୍କ ପାଖରେ ୫୦ ବର୍ଷର ପୁରୁଣା ଗାଡ଼ି ରହିଥିବାବେଳେ ସେମାନେ ବ୍ୟବହାର ତାହାକୁ କରୁନଥିଲେ ହେଁ ତାହାକୁ ସାଇତି ରଖିଛନ୍ତି । ନୂଆ ସ୍କ୍ରାପ ନୀତି ଆସିବା ପରେ ଏହି ଗାଡ଼ି ମାଲିକମାନେ ଚିନ୍ତାରେ ରହିଥିଲେ । ମାତ୍ର ଏବେ ସେମାନଙ୍କର ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

Related Articles

Back to top button