
କାମରୁ ବ୍ରେକ୍ ନେଲେ ହଲିଉଡ ଅଭିନେତା କ୍ରିସ ହେମସୱର୍ଥ, ଅଲଜାଇମର ରୋଗରେ ପୀଡିତ
ହଲିଉଡ ଅଭିନେତା କ୍ରିସ ହେମସୱର୍ଥଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଏହି ଅଭିନେତା ଜେନେଟିକ୍ ଭାବରେ ଅଲଜାଇମର ରୋଗରେ ପୀଡିତ। ଏହି ରୋଗ ସମ୍ବନ୍ଧରେ ସେ ଡାକ୍ତରଙ୍କ ସହିତ ପରାମର୍ଶ ମଧ୍ୟ କରିଛନ୍ତି। ଯେଉଁଥିରେ ସେ ଜାଣିବାକୁ ପାଇଛନ୍ତି ଯେ ତାଙ୍କର ରୋଗ ବଢିବାର ସମ୍ଭାବନା ଅଧିକ ଅଛି। କ୍ରିସ୍ କହିଛନ୍ତି ଯେ ତାଙ୍କ ପାଖରେ ଅଲଜାଇମର ରୋଗର ଲକ୍ଷଣ ଅଛି। ଯାହା ଜେନେଟିକ୍ ଅଟେ ।
ଏହି ରୋଗ ବିଷୟରେ ସୂଚନା ପାଇବା ପରେ ଅଭିନେତା କ୍ରିସ୍ ହେମସୱର୍ଥ ବହୁତ ନର୍ଭସ ହୋଇଯାଇଥିଲେ। ବର୍ତ୍ତମାନ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବାଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେ ତାଙ୍କ କାମରୁ ବ୍ରେକ୍ ନେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି, ‘ମୋର ଏକମାତ୍ର ଚିନ୍ତା ହେଉଛି ଯେ ମୁଁ ଏହାକୁ ବଡ କରିବାକୁ ଚାହୁଁନି କି ଅଧିକ ଡ୍ରାମା କରିବାକୁ ଚାହୁଁନାହିଁ। ଆଉ ହଁ ମୁଁ ମୋର କାମକୁ ସଂପୂର୍ଣ୍ଣ ଭାବେ ଛାଡୁନାହିଁ ।
ଏହା ସହିତ ସେ ଆହୁରି କହିଛନ୍ତି, ‘ମୋ ମନରେ କିଛି ଜିନିଷ ସୃଷ୍ଟି ହୋଇଛି ଯାହା ପାଇଁ ମୁଁ କିଛି ସମୟ ବିଶ୍ରାମ ନେବାକୁ ଚାହୁଁଛି । ଘରକୁ ଯାଇ ଶାନ୍ତିରେ କିଛି ସମୟ ବିତାଇବି । ସେହି ସମୟ ମୁଁ ମୋ ପିଲା ଏବଂ ପତ୍ନୀଙ୍କ ସହିତ ବିତାଇବି । ତାଙ୍କ ଜେଜେବାପାଙ୍କର ମଧ୍ୟ ଅଲଜାଇମର ରୋଗ ମଧ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ଏହା ଏପରି ଏକ ମିଶ୍ରଣ ଯାହା ଅଲଜାଇମର ବିପଦକୁ ବଢାଇଥାଏ। ଏହି ସମୟରେ, ପ୍ରଶଂସକମାନେ ଉତ୍ସାହର ସହିତ କ୍ରିସ୍ଙ୍କ ଆଗାମୀ ଚଳଚ୍ଚିତ୍ର ‘ଏକ୍ସଟ୍ରାକସନ୍-୨’ କୁ ଅପେକ୍ଷା କରିଛନ୍ତି। ଯାହା ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ ।