ଅନୁପମ ଖେରଙ୍କୁ ଭେଟି କ୍ଷମା ମାଗିଲେ ଇସ୍ରାଏଲ ରାଷ୍ଟ୍ରଦୂତ, କହିଲେ- ‘ଦ କଶ୍ମୀର ଫାଇଲ୍ସ’ ଅପପ୍ରଚାର ନୁହେଁ ଏବଂ ଏକ ମଜଭୁତ ଫିଲ୍ମ

ନୂଆଦିଲ୍ଲୀ: ଫିଲ୍ମ କାଶ୍ମୀର ଫାଇଲ୍ସକୁ ନେଇ ଇସ୍ରାଏଲି ଫିଲ୍ମ ନିର୍ମାତା ନଦବ ଲାପିଦଙ୍କ ଟିପ୍ପଣୀଙ୍କ ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁ ନାହିଁ । ଇସ୍ରାଏଲ ପ୍ରଥମରୁ ହିଁ ଏହି ବିବାଦୀୟ ଟିପ୍ପଣୀକୁ ନେଇ କ୍ଷମା ପ୍ରାର୍ଥନା କରିସାରିଛି । ଏବେ ଇସ୍ରାଏଲ ରାଷ୍ଟ୍ରଦୂତ ନିଜେ ଅଭିନେତା ଅନୁପମ ଖେରଙ୍କୁ ଭେଟି କ୍ଷମା ମାଗିଛନ୍ତି । ଭାରତରେ ଇସ୍ରାଏଲର ମହାବାଣିଜ୍ୟ ଦୂତ କେବି ଶୋଶନୀ ଦ କାଶ୍ମୀର ଫାଇଲ୍ସ ଉପରେ ନଦବ ଲାପିଦଙ୍କ ଟିପ୍ପଣୀଠାରୁ ଦୂରତା ରଖି ମଙ୍ଗଳବାର କହିଛନ୍ତି ଯେ, ଏହି ଫିଲ୍ମ ଉପରେ ବାଦ-ବିବାଦ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ।

ଅନୁପମ ଖେରଙ୍କ ସହ ମିଶି ସାମ୍ୱାଦିକ ସମ୍ମଳନୀରେ ଶୋଶନୀ କହିଛନ୍ତି, ‘ଦ କଶ୍ମୀର ଫାଇଲ୍ସ ଅପ୍ରଚାର ନୁହେଁ ଏବଂ ଏକ ମଜଭୁତ ଫିଲ୍ମ ଯାହା କାଶ୍ମୀରୀ ପଣ୍ଡିତଙ୍କ ପୀଡାକୁ ଦର୍ଶାଉଛି’। ସେ କହିଛନ୍ତି, ‘ସକାଳେ ସର୍ବପ୍ରଥମେ ନିଜ ବନ୍ଧୁ ଅନୁପମ ଖେରଙ୍କୁ କ୍ଷମା ମାଗିବା ପାଇଁ ତାଙ୍କୁ ଡାକିଥିଲି । ଆମେ ଏପରି ଏକ ଭାଷଣ ପାଇଁ କ୍ଷମା ମାଗୁଛୁ, ଯାହା ଅନ୍ୟଜଣଙ୍କ ବ୍ୟକ୍ତିଗତ ରାୟ ଅଟେ । ଲାପଦିଙ୍କ ଟିପ୍ପଣୀ ସହ ଇସ୍ରାଏଲ ସରକାରଙ୍କ ଅନୁଷ୍ଠାନିକ ଏବଂ ଅଣଆନୁଷ୍ଠାନିକ ଭାବେ କୌଣସି ସମ୍ପର୍କ ନାହିଁ’।

ଏହାପରେ ଅନୁପମ ଖେର କହିଥିଲେ, ‘ତାଙ୍କ(ଶୋଶନୀ) ଡକାରରେ ଆଶ୍ଚର୍ଯ୍ୟ ଥିଲି ଯେ ସେ ଭୁଲ ମାଗିବାକୁ ଚାହୁଁଛନ୍ତି । ଏହାର କୌଣସି ଆବଶ୍ୟକତା ନଥିବା ମୁଁ କହିଥିଲି, କିନ୍ତୁ ମୁଁ ଏହା ତାଙ୍କର ମହାନତା ବୋଲି ମୁଁ ଅନୁଭବ କରୁଛି । ତାଙ୍କୁ ଏହି ଫିଲ୍ମ ପସନ୍ଦ ଆସିଥିବା ସେ କହିଛନ୍ତି । ଏହା ବାସ୍ତବିକତା ଏବଂ ଆମ ଦୁଇ ଦେଶରେ ବାକ୍ ସ୍ୱାଧୀନତା ଅଛି ଏବଂ ଲୋକମାନେ ନିଜ ଲାଭ ପାଇଁ ଏହାର ବ୍ୟବହାର କରୁଛନ୍ତି ‘।

ଉଲ୍ଲେଖଯୋଗ୍ୟ ଯେ, ଗୋଆରେ ୫୩ତମ ଭାରତ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବର ଜୁରୀ ମୁଖ୍ୟ ଏବଂ ଇସ୍ରାଏଲି ଫିଲ୍ମ ନିର୍ମାତା ନଦବ ଲାପିଦ ସୋମବାର କାଶ୍ମୀର ଫାଇଲ୍ସକୁ ନେଇ ବିବାଦୀୟ ବାୟନ ଦେଇଥିଲେ । ଫିଲ୍ମକୁ ପ୍ରପୋଗଣ୍ଡା ଏବଂ ଭଲଗର ବୋଲି କହିଥିଲେ ।

Related Articles

Back to top button