ଇଡିରେ ହାଜର ହେଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌। ସୋମବାର ତାଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ସୁକେଶ ଚନ୍ଦ୍ରଶେଖରଙ୍କର ୨୦୦ କୋଟି ଟଙ୍କା ବଳପୂର୍ବକ ଗ୍ରହଣ ମାମଲାରେ ନିଜ ବୟାନ ରେକର୍ଡ଼ ପାଇଁ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଇଡି ଆଗରେ ହାଜର ହୋଇଥିଲେ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୩୬ ବର୍ଷୀୟା ଅଭିନେତ୍ରୀଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ଇଡି ଦୁଇ ତିନି ଥର ପଚରାଉଚରା କରିଛି। ଏବେ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ବନ୍ଧୁତା ବିଷୟ ସାମ୍ନାକୁ ଆସିବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଛି।

 

Related Articles

Back to top button