ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଜ୍ୟାକଲିନ ଜାନୁଆରୀ ୨୭ ରୁ ଜାନୁୟାରୀ ୩୦ ମଧ୍ୟରେ ଦୁବାଇ ଯିବାକୁ ଆବେଦନ କରିଥିଲେ, ଯାହା ଅନୁମୋଦନ ହୋଇଛି। ପେପସିକୋ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ପାଇଁ ଅଭିନେତ୍ରୀଙ୍କୁ ଦୁବାଇ ଯିବାକୁ ପଡିବ।

ଜ୍ୟାକଲିନ ଦିଲ୍ଲୀ କୋର୍ଟରେ ଦାଖଲ କରିଥିବା ଆବେଦନରେ କହିଥିଲେ ଯେ, ତାଙ୍କୁ ଦୁବାଇରେ ପେପ୍ସିକୋ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ୨୯ ଜାନୁଆରୀ ରବିବାର ଦିନ ଧାର୍ଯ୍ୟ ହୋଇଥିବା କନ୍ସର୍ଟରେ ତାଙ୍କୁ ଷ୍ଟାର ଅଭିନେତ୍ରୀ ଭାବରେ ଡକାଯାଇଛି।
ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନ୍‌ ଅନ୍ୟତମ ଅଭିଯୁକ୍ତ। ୧୫ ନଭେମ୍ବର ୨୦୨୨ରେ ତାଙ୍କୁ ଏହି ମାମଲାରେ ଆଗୁଆ ଜାମିନ ପ୍ରଦାନ କରାଯାଇଥିଲା। ଏହାସହ ତାଙ୍କୁ ବିଦେଶ ଯିବାକୁ ହେଲେ କୋର୍ଟର ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଥିଲା।

Related Articles

Back to top button