ଝାଡଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା

କୋଲକାତା: ଝାଡଖଣ୍ଡର ଲୋକପ୍ରିୟ ଅଭିନେତ୍ରୀ ରିୟା କୁମାରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ପରିବାର ସହ ହାୱାଡା ଦେଇ କୋଲକାତା ଯାଉଥିଲେ । ତାଙ୍କ ସହ ସ୍ୱାମୀ ପ୍ରକାଶ କୁମାର ଓ ଅଢ଼େଇ ବର୍ଷର ଝିଅ ମଧ୍ୟ ଥିଲେ । ପଶ୍ଚିମବଙ୍ଗର ହାଇୱରେ ସେମାନଙ୍କୁ ଅଟକାଇ ଲୁଟ କରିବା ପାଇଁ ଦୁର୍ବୃତମାନେ ଉଦ୍ୟମ କରିଥିଲେ । ବଚସା ହେବାରୁ ରିୟା ତାଙ୍କ ସ୍ୱାମୀଙ୍କ ସାମ୍ନାକୁ ଆସିଥିଲେ । ଲୁଟେରାମାନେ ରାଗିଯାଇ ରିୟାଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣା ଏବେ ପୁନର୍ବାର ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶ ଗାଡି ଚଳାଇ ରାଜାପୁର ଥାନା ପିରତଲ୍ଲାରେ ପଂହଚି ପୋଲିସଙ୍କୁ ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button