୧୦୦ କୋଟି କ୍ଲବରେ ସାମିଲ୍ ହେଲା ଫିଲ୍ମ’ଜୁଗ୍ ଜୁଗ୍ ଜିଓ’, ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ବରୁଣ

ନୂଆଦିଲ୍ଳୀ ୦୩।୦୭: ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ  ଫିଲ୍ମ’ଜୁଗ୍ ଜୁଗ୍ ଜିଓ’ ବକ୍ସ ଅଫିସରେ ୧୦୦ କୋଟି ଅତିକ୍ରମ କରିଛି। ସୋସିଆଲ ମିଡିଆରେ ଫିଲ୍ମ କରିଥିବା କଲେକସନ୍‌ ସେୟାର କରି ନିଜେ ବରୁଣ ଧାୱନ ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି। ବରୁଣ କିଆରାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୧୦୦ କୋଟି ଲେଖାଯାଇଛି। ଫିଲ୍ମଟି ଏକ ଜବରଦସ୍ତ ଓପନିଂ କରିଥିଲା। ଏବଂ ଏହା ଖୁବ୍ କମ୍ ସମୟ ମଧ୍ୟରେ ୧୦୦ କୋଟିର ଆକଳନକୁ ଛୁଇଁଛି।

ବରୁଣ ଏବଂ କିଆରା ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜୁଗ୍ ଜୁଗ୍ ଜିଓ’ ମଧ୍ୟ ଅନିଲ କପୁର ଏବଂ ନୀତୁ କପୁରଙ୍କୁ ମଧ୍ୟ ଅନ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ୧୦୦ କୋଟି ଅତିକ୍ରମ କରିବା ଖୁସିରେ ପୋଷ୍ଟ ସେୟାର କରି ବରୁଣ ଲେଖିଛନ୍ତି, ‘ୱାଲ୍ଡରେ ୧୦୦ କୋଟି। ମୁଁ କିପରି ଆପଣଙ୍କୁ ଧନ୍ୟବାଦ ଦେବି? ସମସ୍ତେ ଜୁଗ୍ ଜୁଗ୍ ଜିଓ।

କହିବାକୁ ଗଲେ ରାଜ ମେହେତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୪ ଜୁନରେ ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରଟି IMDb ଉପରେ ୭.୫ ରେଟିଂ ପାଇଛି । ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ଠାରୁ ଭଲ କମେଣ୍ଟ ମଧ୍ୟ ପାଇଛି । ଏହି ଚଳଚ୍ଚିତ୍ର ହଲ୍‌ରେ ବି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା ।

Related Articles

Back to top button