ବିବାଦରେ ଇମରଜେନ୍ସି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅପକମିଂ ଫିଲ୍ମ ‘ଇମରଜେନ୍ସି’କୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଏବେ ଏହା ବିବାଦ ମଧ୍ୟକୁ ଚାଲି ଯାଇଛି । କଙ୍ଗନାଙ୍କ ଏହି ମୁଭିକୁ ନେଇ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ(ଆଇଏନସି) ଆପତ୍ତି ଉଠାଇଛି । ଏହାସହ ଦଳ କଙ୍ଗନାଙ୍କ ସାମ୍ନାରେ ଏକ ବଡ ସର୍ତ୍ତ ରଖିଛି ।  ଇମରଜେନ୍ସି ଫିଲ୍ମ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ ୧୯୭୫-୭୭ ମଧ୍ୟରେ ଦେଶରେ ଲାଗିଥିବା ଇମରଜେନ୍ସି ଉପରେ ଆଧାରିତ ।

ଗଣମାଧ୍ୟମର ଖବର ଅନୁଯାୟୀ, ମଧ୍ୟପ୍ରଦେଶ କଂଗ୍ରେସ ପାର୍ଟି ବଲିଉଡ ଆକ୍ଟ୍ରେସ କଙ୍ଗନା ରାନାୱତଙ୍କ ଇମରଜେନ୍ସିକୁ ନେଇ ଆପତ୍ତି ଉଠାଇଛି । ଦଳ କହିଛି ଫିଲ୍ମ ଇମରଜେନ୍ସି ମାଧ୍ୟମରେ ଇନ୍ଦିରାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି । ଏହାକୁ ନେଇ ମଧ୍ୟପ୍ରଦେଶ କଂଗ୍ରେସ କଙ୍ଗନାଙ୍କ ସାମ୍ନାରେ ସର୍ତ୍ତ ରଖିଛି କି ପ୍ରଥମେ ତାଙ୍କୁ ଫିଲ୍ମଟି ଦେଖାଇବାକୁ ପଡିବ । ଏହା ବ୍ୟତୀତ ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ଉପାଧ୍ୟକ୍ଷ ସଙ୍ଗିତା ଶର୍ମା କହିଛନ୍ତି କଙ୍ଗନା ଭାରତୀୟ ଜନତା ପାର୍ଟି(ଭାଜପା)ର ଏଜେଣ୍ଟ । ଆଉ ଶାସକ ଦଳ କହିବା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଛପି ସହ ଖେଳ ଖେଳିବାକୁ ପ୍ରୟାସ କରାଯାଉଛି ।
ଏହାକୁ ନେଇ ଭଜପାର ପ୍ରବକ୍ତା ରାଜପାଳ ସିଂ କହିଛନ୍ତି ଫିଲ୍ମ ଇମରଜେନ୍ସିର ଟିଜର ଦେଖିବା ପରେ ବିରୋଧିଙ୍କ ମଧ୍ୟରେ ଅସ୍ଥିରତା ଦେଖାଦେଇଛି । କାରଣ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ହିଁ ଦେଶରେ ଏମରଜେନ୍ସିର କଳା ଦାଗ ଲାଗିଛି । ସୂଚନାଯୋଗ୍ୟ, ଫିଲ୍ମର ଟିଜର ପୂର୍ବରୁ ରିଲିଜ ହୋଇଥିବା ବେଳେ କଙ୍ଗନା ଏଥିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି ।

Related Articles

Back to top button