ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ ଆହତ ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି  ।  ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।

ଆର୍ଯ୍ୟନ କହିଛନ୍ତି, ସୋମବାର ବିଳମ୍ବିତ ରାତିରେ କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି  । ଫଟୋଟିରେ ଦେଖିବାକୁ ମିଳିଛି ବରଫରେ ପରିପୂର୍ଣ୍ଣ ଏକ ବାଲ୍ଟିରେ କାର୍ତ୍ତିକ ଆର୍ଯ୍ୟନ ବାମ ଗୋଡ ଧରି ବସିଛନ୍ତି  । ଏହି ଫଟୋର କ୍ୟାପସନରେ ଲେଖିଛନ୍ତି ଯେ- ଡ୍ୟାନ୍ସ କରୁଥିବା ସମୟରେ ଆଣ୍ଠୁ ଭାଙ୍ଗିଗଲା, 2023 ବର୍ଷର ଆଇସ୍ ବାଲ୍ଟି ଚ୍ୟାଲେଞ୍ଜ ବର୍ତ୍ତମାନ ଆରମ୍ଭ ହେଉଛି।’ ଏଭଳି ପରିସ୍ଥିତିରେ କାର୍ତ୍ତିକ ଆର୍ଯ୍ୟଙ୍କ ଏହି ଇନଷ୍ଟା ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ତାଙ୍କ ଆଘାତ ଅତ୍ୟନ୍ତ ଗମ୍ଭୀର ନୁହେଁ । ଅନ୍ୟପକ୍ଷରେ କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ତେବେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଶେହଜାଦା’ର ଟ୍ରେଲର ୧୨ ଜାନୁଆରୀରେ ରିଲିଜ ହେବାକୁ ଯାଉଥିବା ବେଳେ ୧୦ ଫେବୃଆରୀରେ ପରଦାରେ ଦେଖିବେ ଦର୍ଶକ । ଯାହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

Related Articles

Back to top button