‘ଦ କଶ୍ମୀର ଫାଇଲ୍ସ’କୁ ଅଶ୍ଳୀଳ ଓ ଏକ ସମ୍ପ୍ରଦାୟ ଉପରେ ଆଧାରିତ ଫିଲ୍ମ କହି ସମାଲୋଚନା କଲେ ବିଚାରକ, ଜୁରୀ ବୋର୍ଡ ସଦସ୍ୟ କହିଲେ ଏହା ନଦାବଙ୍କ ନିଜସ୍ବ ମନ୍ତବ୍ୟ

ମୁମ୍ବାଇ: ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଫିଲ୍ମ କାଶ୍ମୀର ଫାଇଲ୍ସକୁ ନେଇ ନାଦବ ଲାପିଡ୍ ଦେଇଥିବା ଟିପ୍ପଣୀ ଉପରେ ଜୁରୀ ବୋର୍ଡ ମୁହଁ ଖୋଲିଛି । ନାଦବଙ୍କ ଏହା ନିଜସ୍ବ ମନ୍ତବ୍ୟ ବୋଲି ଜୁରୀ ସଦସ୍ୟ କହିଛନ୍ତି । ବୋର୍ଡ ତାଙ୍କ ବିଚାର ଉପରେ ସହମତି ପ୍ରକାଶ କରୁନାହିଁ । ନାଦବ କାଶ୍ମୀର ଫାଇଲ୍ସକୁ ଅଶ୍ଳୀଳ ଓ ଏକ ସମ୍ପ୍ରଦାୟ ଉପରେ ଆଧାରିତ ବୋଲି କହିଥିଲେ । ତେବେ ଏହି ବୟାନ ପରେ ସବୁଠି ଆଲୋଚନାର ସ୍ବିକାର ହୋଇଛନ୍ତି ।

ଗୋଆରେ ଚାଲିଥିବା ୫୩ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ଦେଶର ଚଳଚ୍ଚିତ୍ର ସ୍କ୍ରିନିଂ ହୋଇଥିଲା । ଏଥିରେ ଦି କାଶ୍ମୀର ଫାଇଲ୍ସକୁ ଜୁରୀ ବୋର୍ଡ ସ୍କ୍ରିନିଂ କରିଥିଲେ । ଏହାକୁ ନେଇ ନାଦବ ଲାପିଡ୍ ନିନ୍ଦା କରିଥିଲେ । କାଶ୍ମୀର ଫାଇଲ୍ସରେ ଅଶ୍ଳୀଳତା ଭରି ରହିଛି । ଏହା ପ୍ରୋପାଗଣ୍ଡାକୁ ନେଇ ଏକ କାଳ୍ପନିକ ଷ୍ଟୋରୀ, ଏଥିରେ ଆପତ୍ତିଜନକ ସଟ୍ ରହିଛି । କିପରି ଏହି ଫିଲ୍ମକୁ ଜାତୀୟ ପୁରଷ୍କାର ମିଳିଲା ବୋଲି ସେ ପ୍ରଶ୍ନ କରିଥିଲେ । ଏତେ ବଡ଼ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ପାଇଁ ଏହି ଚଳଚ୍ଚିତ୍ର ଉପଯୁକ୍ତ ନୁହେଁ ବୋଲି ଇଜ୍ରାଏଲ ଫିଲ୍ମ ମେକର ନଦବ ଲାପିଡ୍ କହିଥିଲେ ।

କାଶ୍ମୀର ଘାଟିରେ ୯୦ଦଶକର ଘଟଣା ହେଉଛି ହୋଇଛି ଫିଲ୍ମ କାଶ୍ମୀର ଫାଇଲ୍ସ । ବିବେକ ଅଗ୍ନିହୋତ୍ରି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । କାଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାର ଓ ଉଗ୍ରବାଦକୁ ନେଇ ଫିଲ୍ମ ଆଧାରିତ। ଏହି ଫିଲ୍ମ ବକ୍ସ ଅଫିସ୍ କଲେକ୍ସନରେ ରେକର୍ଡ ସୃଷ୍ଟି କରିଥିଲା ।

ଦି କାଶ୍ମୀର ଫାଇଲ୍ସ ଟିପ୍ପଣୀକୁ ନେଇ ନଦାବଙ୍କୁ ସମାଲୋଚନା ପରେ ଫିଲ୍ମ ଫେଷ୍ଟିଭାଲର ଜୁରୀ ବୋର୍ଡ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି । ଏହା ତାଙ୍କ ନିଜସ୍ବ ମନ୍ତବ୍ୟ ବୋଲି ବୋର୍ଡ ସଦସ୍ୟ କହିଛନ୍ତି ।

Related Articles

Back to top button