ପ୍ରଥମ କରୱାଚୌଥ ପାଳିଲେ କ୍ୟାଟ୍ରିନା

ମୁମ୍ଵାଇ: ଗୁରୁବାର ଅର୍ଥାତ୍‌ ଗତକାଲି ବଲିଉଡର ସମସ୍ତ କଳାକାରମାନେ କରୱାଚୌଥ୍‌ ପାଳନ କରିଥିଲେ। ଏହି ସମୟରେ ବି ଟାଉନ୍‌ରୁ ଅନେକ ସେଲିବ୍ରେଟଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କେତେକ ସେଲିବ୍ରିଟି ଦମ୍ପତିଙ୍କ ପାଇଁ ଏହା ହେଉଛି ପ୍ରଥମ କରୱାଚୌଥ୍‌। ସେମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ମଧ୍ୟ ସେମାନଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି। ଏହି ବିଶେଷ ଦିନରେ ଭିକିଙ୍କ ପିତାମାତା ମଧ୍ୟ ତାଙ୍କ ସହ ଥିଲେ। ଏହାରି ମଧ୍ୟରେ କ୍ୟାଟ୍ରିନା ଅନେକ ଫଟୋ ସେୟାର କରିଛନ୍ତି।

ନିକଟରେ କ୍ୟାଟ୍ରିନା ଅନେକ ଫଟୋ ସେୟାର କରିଛନ୍ତି । ଭିକି ଏବଂ କ୍ୟାଟ୍ରିନା ବାଲକୋନୀରେ ଏକାଠି ଠିଆ ହୋଇଛନ୍ତି । ଯେଉଁଥିରେ କ୍ୟାଟ୍ରିନା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ମଥାରେ ସିନ୍ଦୁର ହାତରେ ଚୁଡି ଏବଂ ବେକରେ ଏକ ମଙ୍ଗଲସୁତ୍ର ପିନ୍ଧିଛନ୍ତି । ଏହି ଟ୍ରାଡିସନାଲ୍‌ ଲୁକ୍‌ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି ।

କ୍ୟାଟ୍ରିନାଙ୍କ ଏହି ପୋଷ୍ଟରେ ଅନେକ ବଡ ବଡ ସେଲେବ୍‌ମାନେ କମେଣ୍ଟ କରିଛନ୍ତି। ମିନି ମଥୁର ଲେଖିଛନ୍ତି – ‘ବହୁତ ସୁନ୍ଦର।ଏହା ବ୍ୟତୀତ କ୍ୟାଟ୍ରିନାଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି, ‘ପ୍ରଥମ କରୱାଚୌଥର ଅଭିନନ୍ଦନ। ଅନ୍ୟ ଜଣେ କହିଛନ୍ତି, ତୁମେ ଭାରତୀୟ ପୋଷାକରେ ଆହୁରି ସୁନ୍ଦର ଦେଖାଯାଉଛ।

Related Articles

Back to top button