ଇଦ୍‌ରେ ନୁହେଁ ଦୀପାବଳିରେ ମୁକ୍ତିଲାଭ କରିବ ‘ଟାଇଗର-୩’

ମୁମ୍ଵାଇ: ସଲମାନ ଖାନଙ୍କର ଆଗାମୀ ଫିଲ୍ମ ‘ଟାଇଗର-୩’ ର ନୂଆ ରିଲିଜ୍ ଡେଟ୍‌ ଘୋଷଣା କରାଯାଇଛି। ସୋସିଆଲ ମିଡିଆରେ ଫିଲ୍ମରୁ ତାଙ୍କର ନୂଆ ପୋଷ୍ଟର ସେୟାର କରି ସଲମାନ ଖାନ ଏ ବିଷୟରେ କହିଛନ୍ତି। ଏହି ଫିଲ୍ମ ବର୍ତ୍ତମାନ ୨୦୨୩ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ସଲମାନ ଖାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଟାଇଗରର ଏକ ନୂଆ ତାରିଖ ଦୀପାବଳି ୨୦୨୩! କେବଳ ଆପଣଙ୍କ ପାଖରେ ଥିବା ବଡ ପରଦାରେ # YRF50 ସହିତ # Tiger3 ଦେଖନ୍ତୁ। ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

ଦର୍ଶକମାନେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଟାଇଗର’ର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଫିଲ୍ମର ଟିଜର ଅନେକ ମାସ ପୂର୍ବରୁ ରିଲିଜ୍‌ ହୋଇଥିଲଲା । ପୂର୍ବରୁ ଫିଲ୍ମର ଦୁଇଟି ଭାଗ ଆସିଥିଲା । ଏଥର ମଧ୍ୟ କ୍ୟାଟ୍ରିନା ଏବଂ ସଲମାନଙ୍କୁ ଏକା ସହିତ ବଡ ପରଦାରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମର ପ୍ରଥମ ଭାଗ କବୀର ଖାନ ନିର୍ଦ୍ଦେଶିତ କରିଥିବା ବେଳେ ଦ୍ୱିତୀୟ ଭାଗ ଅଲି ଅବ୍ବାସ ଜାଫର ଏବଂ ବର୍ତ୍ତମାନ ତୃତୀୟ ଭାଗ ମହେଶ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି।

ଫିଲ୍ମ ‘ଟାଇଗର-୩’ ପୂର୍ବରୁ ୨୦୨୩ ଇଦ୍ ଅର୍ଥାତ୍ ୨୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ବର୍ତ୍ତମାନ ଏହା ୨୦୨୩ ଦୀପାବଳିରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ କ୍ୟାଟ୍ରିନାଙ୍କ ସହ ଇମ୍ରାନ ହାଶମୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚରିତ୍ର ପାଇଁ ଇମ୍ରାନ୍ ବହୁତ କଠିନ ପରିଶ୍ରମ କରିଛନ୍ତି ।

Related Articles

Back to top button