ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ମାଆ ହେବାକୁ ଯାଉଛନ୍ତି । ନିକଟରେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଘରେ ଆୟୋଜିତ ଇଦ୍ ପାର୍ଟିରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଗର୍ଭବତୀ ଥିବା ନଜର ଆସିଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅର୍ପିତାଙ୍କ ଏହି ଇଦ୍ ପାର୍ଟିରେ କ୍ୟାଟ୍ରିନା ଏକ ଧଳା ଧଳା ରଙ୍ଗର ଡ଼୍ରେସ ପିନ୍ଧିବା ସହ ହାଲ୍‌କା ମେକ୍‌ଅପ୍ ନେଇଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏଠାରେ ସେ ପାପାରାଜିଙ୍କ ସାମ୍ନାରେ ବିଭିନ୍ନ ଫଟୋ ପୋଜ୍ ଦେଇଥିଲେ । ପାର୍ଟିରେ କ୍ୟାଟ୍ରିନା ତାଙ୍କ ଚୁନିରେ ପେଟକୁ ଘୋଡ଼ାଇ ରଖୁଥିବା ନଜର ଆସିଥିଲେ । ଏପରି ଦେଖି ଲୋକମାନେ ଅନୁମାନ କରିବା ଆରମ୍ଭ କଲେ ଯେ ସେ ଗର୍ଭବତୀ ଅଛନ୍ତି । ଏବେ ସେ ମୋଟା ଦେଖାଯିବା ସହ ସୁଟିଂ ବି କରୁନାହାନ୍ତି । ଆଉ ସେ ଜିମ୍ ବି ଯାଉ ନ ଥିବା ଜଣାଯାଇଛି ।
୨୦୨୧ ମସିହାରେ କ୍ୟାଟ୍ରିନା ଅଭିନେତା ଚ୍ଛିକି କୌଶଲଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ବିବାହ ପରଠାରୁ ସେ ଗର୍ଭବତୀ ହେବାର ଗୁଜବ ଅନେକ ଥର ସାମ୍ନାକୁ ଆସିଛି ।

Related Articles

Back to top button