ଶୀଘ୍ର ରିଲିଜ୍‌ ହେବ କେଜିଏଫ୍‌ ଚାପ୍ଟର-୩

ମୁମ୍ବାଇଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି କେଜିଏଫ୍‌ ଚାପ୍ଟର –୩  । ଯାହାକୁ ନେଇ ଦର୍ଶକଙ୍କ ମନରେ ଭରିରହିଛି ଉତ୍ସାହ । ଭାରତୀୟ ସିନେମା ଜଗତରେ କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିବା ସହ ଦେଶ ବିଦେଶ ସବୁ ଆଡ଼େ ଏହାର ଚର୍ଚ୍ଚା ହେଉଥିଲା । ୨୦୧୮ ରେ ଆସିଥିବା ‘କେଜିଏଫ୍‌’ ଦର୍ଶକଙ୍କ ମନ ଜିତିଥିଲା । ପରେ ୨୦୨୨ ରେ ଏହାର ସିକ୍ୱେଲ କେଜିଏଫ୍‌ ଚାପ୍ଟର –୨ ରିଲିଜ ହୋଇଥିଲା ଯାହା ସମସ୍ତଙ୍କୁ ମତୁଆଲା କରିଥିଲା । ଦର୍ଶକ ଏହାକୁ ଏତେ ପସନ୍ଦ କରୁଥିଲେ ଯେ ଏହି ଫିଲ୍ମ ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା। ଏହାର ଓ୍ଵାରଲ୍ଡ ଓ୍ଵାଇଡ୍‌ କଲେକ୍ସନ ଥିଲା ୧୨୫୦ କୋଟି ଥିବା ବେଳେ ଏହାର ହିନ୍ଦୀ ଭର୍ଜନ ୪୩୫ କୋଟିରୁ ଅଧିକ ଆୟ କରିଥିଲା।

ଫିଲ୍ମର ଶେଷ ଭାଗରେ ଫ୍ରାଞ୍ଚାଚାଇଜ ତରଫରୁ ଏହି ଫିଲ୍ମର ଚାପ୍ଟର-୩ ଆସିବ ବୋଲି କୁହାଯାଇଥିଲା। ତେବେ କେବେ ଆସିବ କେଜିଏଫ୍‌ ଚାପ୍ଟର –୩ ତାହାକୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା। କେଜିଏଫ୍ ପ୍ରଡକ୍ସନ୍ ହାଉସ୍ ହୋମ୍ବଲେ ଫିଲ୍ମର ସହ-ସିଇଓ ବିଜୟ କିରାଙ୍ଗଡୋର କହିଛନ୍ତି ଯେ, କେଜିଏଫ୍‌’ ଫିଲ୍ମକୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ କରିଛନ୍ତି ।ଏଥର କିନ୍ତୁ ଆମେ କିଛି ଅଲଗା କରିବାକୁ ଚାହୁଁଛୁ।

ତେବେ ୨୦୨୬ ମସିହାରେ କେଜିଏଫ୍‌ – ୩ ଫିଲ୍ମ ମୁକ୍ତିଲାଭ କରିବ । ୨୦୨୫ ମସିହାରେ କେଜିଏଫ୍ -୩ ଶୁଟିଂ ଆରମ୍ଭ ହେବା ପରେ ଚଳଚ୍ଚିତ୍ରଟି ୨୦୨୬ ମସିହାରେ ହଲ୍‌କୁ ଆସିବ । ନିର୍ମାତା ପ୍ରକାଶ କରିଛନ୍ତି ଯେ, ଏହି କେଜିଏଫ ଫିଲ୍ମଟି ଜେମ୍ସ ବଣ୍ଡ ଫିଲ୍ମ ପରି ହେବ। ଏପରିକି ଚଳଚ୍ଚିତ୍ରର କିଛି ମୁଖ୍ୟ ଚରିତ୍ରର ପରିବର୍ତ୍ତନ ମଧ୍ୟ କରାଯାଇପାରେ ।

Related Articles

Back to top button