‘ଶେହଜାଦା’ର ରିଲିଜ୍‌ ତାରିଖ ଘୁଞ୍ଚିଲା

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଶେହଜାଦା’ର ରିଲିଜ୍‌ ତାରିଖ ବୃଦ୍ଧି କରାଯାଇଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ‘ପଠାନ୍‌’ର ବିପୁଳ ରୋଜଗାର ଦେଖିବା ପରେ ନିର୍ମାତା ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମଟି ୧୭ ଫେବୃୟାରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବର ଫିଲ୍ମଟି ଫେବୃୟାରୀ ୧୦ରେ ରିଲିଜ୍‌ ହେବାର ଥିଲା। ‘ଶେହଜାଦା’ ହେଉଛି ରୋହିତ ଧାୱନଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ-ଡ୍ରାମା ଫିଲ୍ମ, ଯେଉଁଥିରେ କାର୍ତ୍ତିକ ଆର୍ୟନ ଆକ୍ସନ ଅବତାରରେ ନଜର ଆସିଛନ୍ତି। ପ୍ରଥମ ଥର ପାଇଁ କାର୍ତ୍ତିକଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। କାର୍ତ୍ତିକଙ୍କ ବ୍ୟତିତ ଫିଲ୍ମରେ କ୍ରିତି ସାନନ, ରୋନିତ ରୟ, ପରେଶ ରାୱଲ ଏବଂ ମନୀଷା କୋଇରାଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି, ଯାହା ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ପାଇଛ। ‘ଲୁକା ଚୁପି’ ପରେ କାର୍ତ୍ତିକ ଏବଂ କ୍ରିତିଙ୍କ ରୋମାନର୍ସ ଯାଦୁ ପୁଣି ରୂପା ପରଦାରେ ଦେଖିବାକୁ ପାଇବେ ଦର୍ଶକ।

Related Articles

Back to top button