ଚଳଚ୍ଚିତ୍ରରୁ ନାଗାର୍ଜୁନଙ୍କ ବିରତି

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନୀ କିଛି ଦିନ ପାଇଁ ଚଳଚ୍ଚିତ୍ରରୁ ବିରତି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ନାଗାର୍ଜୁନ ବିଗ୍‌ ବସ୍‌ ତେଲୁଗୁ ସିଜନ୍‌-୬ର ଶୁଟିଂ ପାଇଁ ଫିଲ୍ମରୁ ଦୂରେଇ ରହିବେ। ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମାଧ୍ୟମରେ ବଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରୁଥିବା ନାଗାର୍ଜୁନ ଇତି ମଧ୍ୟରେ ଆଉ କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ ନାହିଁ।

ସୂଚନା ମୁତାବକ, ନାଗାର୍ଜୁନ ବର୍ତ୍ତମାନ ବିଗ୍‌ ବସ୍‌ ତେଲୁଗୁର ଆଗାମୀ ସିଜନ୍‌ ୬ ଉପରେ ଧ୍ୟାନ ଦେଉଛନ୍ତି। ସେଥିପାଇଁ ସେ କୌଣସି ନୂଆ ଫିଲ୍ମ ସାଇନ୍‌ କରୁ ନାହାନ୍ତି। ଏହି ରିଆଲିଟି ଶୋ ଚଳିତ ବର୍ଷ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହୋଇପାରେ। ନିର୍ମାତାମାନେ ଶୋ’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସୂଚନାଯୋଗ୍ୟ, ନାଗାର୍ଜୁନ ଚତୁର୍ଥ ଥର ପାଇଁ ‘ବିଗ୍‌ ବସ୍‌ ତେଲୁଗୁ’ ହୋଷ୍ଟ କରିବେ। ୨୦୧୯ ମସିହା ଶୋ’ର ସିଜନ୍‌-୩ରୁ ଅଭିନେତା ଏହାକୁ ହୋଷ୍ଟ କରି ଆସୁଛନ୍ତି। ସେ ବିଗ୍‌ ବସ୍‌ର ଓଟିଟି ଭର୍ସନର ପ୍ରଥମ ସିଜନ୍‌ ମଧ୍ୟ ହୋଷ୍ଟ କରିଥିଲେ।

Related Articles

Back to top button