‘ଗଡ୍‌ଫାଦର’ ଫିଲ୍ମରେ ଚିରଞ୍ଜୀବୀଙ୍କ ସହ ନଜର ଆସିବେ ନୟନତାରା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ନୟନତାରା ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଗଡ୍‌ଫାଦର’କୁ ନେଇ ଚର୍ଚ୍ଚାରେ। ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ନୟନତାରାଙ୍କ କେମେଷ୍ଟ୍ରି ଦର୍ଶକ ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଏହି ଫିଲ୍ମରେ ନୟନତାରାଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ଏକ ଧଳା-କଳା ରଙ୍ଗର ଶାଢୀ ପିନ୍ଧିଛନ୍ତି। ଏହି ଲୁକ୍‌କୁ ଦେଖିବା ପରେ ଦର୍ଶକ ଉତ୍ସାହ ବଢାଇ ଦେଇଛି। ମୋହନ ରାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅକ୍ଟୋବର ୫ରେ ମୁକ୍ତିଲାଭ କରିବାକୁ ଯାଉଛି। ନୟନତାରା, ଚିରଞ୍ଜୀବୀଙ୍କ ବ୍ୟତିତ ଏହି ଫିଲ୍ମରେ ସତ୍ୟଦେବ, ଇନ୍ଦ୍ରଜିତ୍‌ ସୁକୁମରନ୍‌, ବିଜୁ ମେନନ, ମୁରଲୀ ଶର୍ମା ଆଜି ଷ୍ଟାରକାଷ୍ଟ ଅଛନ୍ତି।

Related Articles

Back to top button