ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ଦାୟର କଲେ ନୋରା ଫତେହି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ନୋରା ଅଭିଯୋଗ କରିଛନ୍ତି ଯେ ଜ୍ୟାକଲିନ ତାଙ୍କ ବିବୃତ୍ତି ମାଧ୍ୟମରେ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ସେ ଆଇପିସିର ଧାରା ୫୦୦ ଅନୁଯାୟୀ ଜ୍ୟାକଲିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ ଏବଂ ନୋରା ଫତେହି ଏବେ ବିବାଦରେ ରହିଛନ୍ତି।

ଏହି ଘଟଣାରେ ଫତେହି ମଧ୍ୟ ଜଣେ ସାକ୍ଷୀ ଅଟନ୍ତି। ଏହି ମାମଲାରେ ନୋରାଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ନୋରା ସୁକେଶଙ୍କଠାରୁ ମହଙ୍ଗା ଉପହାର ନେଇଥିବା ଅଭିଯୋଗ ହୋଇଛି। ଗତ ସେପ୍ଟେମ୍ବରରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ବିଷୟରେ ଜେରା କରିଥିଲା। ପଚରାଉଚରା ବେଳେ ନୋରା କର୍ତ୍ତୃପକ୍ଷଙ୍କୁ କହିଥିଲେ ଯେ ସେ ଷଡଯନ୍ତ୍ରର ଶିକାର ନୁହଁନ୍ତି ଏବଂ ଷଡଯନ୍ତ୍ରକାରୀ ନୁହଁନ୍ତି।

ଅଭିନେତ୍ରୀ ନୋରା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ନୋରା କହିଛନ୍ତି ଯେ ତାଙ୍କ ବିରୋଧରେ ଭୁଲ ବିବୃତ୍ତି ଦିଆଯାଇଛି ଯାହା ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଯାହା ତାଙ୍କ ପ୍ରତିଷ୍ଠାକୁ ଖରାପ କରିଦେଇଛି ଢ ନୋରା ଫତେହି କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ମାମଲାରେ ତାଙ୍କ ନାମକୁ ଭୁଲ ଭାବେ ଟାଣି ନିଆଯାଉଛି।

ସୂଚନା ମୁତାବକ କିଛି ଦିନ ତଳେ ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ପରେ ଏବେ ନୋରା ଫତେହୀ ଙ୍କୁ EOW ଅଫିସରୁ ଡାକରା ଆସିଥିଲା । ଏହାପରେ ନୋରା ହାଜର ହେଇଥିଲେ । ଦିଲ୍ଲୀ ପୋଲିସର EOW ଅଧିକାରୀ ନୋରାଙ୍କୁ ଜେରା କରିଥିଲା ।ଏହାପରେ ଜ୍ୟାକଲିନ ଫଣ୍ଣାଣ୍ଡେଜଙ୍କୁ ମଧ୍ୟ ଜେରା କରାଯାଇଥିଲା ।

ଶେଷସମୟରେ ପଞ୍ଚମ ଥର ପାଇଁ ନୋରା EOW ଅଫିସରେ ହାଜର ହେଇଥିଲେ । ତେବେ ପ୍ରତ୍ୟେକ ଥର ନୋରା ପୋଲିସକୁ ସହଯୋଗ କରିଥିବା ଜଣାଯାଇଛି । ସୁକେଶ ତାଙ୍କୁ ଗିଫ୍ଟ ଦେଇଥିବା ସେ ସ୍ୱୀକାର କରିଥିବା ବେଳେ ନୋରା ସୁକେଶର କୌଣସି ଅପରାଧିକ ରେକର୍ଡ ବିଷୟରେ ଜାଣିନଥିବା ସେ ପ୍ରକାଶ କରିଥିଲେ ।ଏହାସହ ଏହି ଘଟଣାରେ ଜ୍ୟାକଲିନଙ୍କ ସହ ନୋରାଙ୍କର କୌଣସି କନେକ୍ସନ ନଥିବା ସେ କହି ଥିଲେ ।

Related Articles

Back to top button