ସୁକେଶଙ୍କ ୨୦୦ କୋଟି ଜାଲିଆତି ମାମଲାରେ ନୋରା ଫତେହିଙ୍କୁ ୬ ଘଣ୍ଟା ଧରି ଜେରା

ମୁମ୍ବାଇ: ଦିଲ୍ଲୀ ପୋଲିସର ଅପରାଧ ଶାଖା ତଥା ଇଓଡବ୍ଲ୍ୟୁ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଂଟା ଧରି ଜେରା କରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଜାଲିଆତି ମାମଲାରେ ଏହି ଜେରା କରାଯାଇଛି । ପୂର୍ବରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୋଲିସ ଜେରା କରିଥିଲା । ଇଡି ନୋରା ଏବଂ ସୁକେଶଙ୍କୁ ମୁହାଁମୁହିଁ ଜେରା କରିସାରିଛି । ସୁକେଶଙ୍କଠାରୁ ଦାମୀ ଉପହାର ଗ୍ରହଣ କରିବାଠାରୁ ଆରମ୍ଭ କରି ପାଖାପାଖି ୫୦ ପ୍ରଶ୍ନ ନୋରାଙ୍କୁ ପୋଲିସ ପଚାରିଥିଲା । ଅଭିନେତ୍ରୀଜଣଙ୍କ ଏଥିରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଜ୍ୟାକଲିନଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ

ସୁକେଶ ଏବେ ଦିଲ୍ଲୀରେ ଜେଲରେ ରହିଛି। ସୁକେଶଙ୍କ ପରେ ଜ୍ୟାକଲିନଙ୍କୁ ମଧ୍ୟ ଇଡି ଅଭିଯୁକ୍ତ ଭାବେ ଦର୍ଶାଇଛି । ସପ୍ତାହେ ତଳେ ନୋରାଙ୍କୁ ହାଜର ହେବା ପାଇଁ ପୋଲିସ ନୋଟିସ କରିଥିଲା । ସେ ଗତକାଲି ହାଜର ହୋଇଥିଲେ।

Related Articles

Back to top button