ନୂଆ ଲୁକ୍‌ରେ ବଲିଉଡର କିଙ୍ଗ ଖାନ୍‌, ‘ପଠାନ’ର ମୋସନ ପୋଷ୍ଟର ଶେୟାର କଲେ

ଶାହରୁଖ ଖାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ୩୦ ବର୍ଷ ପୂରା କରିଛନ୍ତି। ଏହି ବିଶେଷ ଅବସରରେ କିଙ୍ଗ ଖାନ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍‌’ର ମୋସନ ପୋଷ୍ଟରରେ ଶେୟାର କରିଛନ୍ତି

ନୂଆ ଲୁକ୍‌ରେ ବଲିଉଡର କିଙ୍ଗ ଖାନ୍‌। ଲମ୍ବା କେଶ ଆଉ ହାତରେ ବନ୍ଧୁକ ଧରି ସାମ୍ନାକୁ ଆସିଲେ ଶାହାରୁଖ। ପୂରାପୁରି ଆକ୍ସନ ମୋଡରେ ନଜର ଆସିଲେ ବଲିଉଡର ବାଦଶାହା। ହିନ୍ଦୀ ଫିଲ୍ମ ଇଣ୍ଡିଷ୍ଟ୍ରିରେ ୩୦ ବର୍ଶ ପୂର୍ତ୍ତି ଅବସରରେ ଶାହାରୁଖଙ୍କ ଏହି ନୂଆ ଲୁକ୍‌କୁ ଜାରି କରାଯାଇଛି। ଏହା ହେଉଛି ତାଙ୍କ ଅପ୍‌କମିଂ ଫିଲ୍ମ ‘ପଠାନ’ର ଲୁକ୍‌।

ଶାହରୁଖ ଖାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ୩୦ ବର୍ଷ ପୂରା କରିଛନ୍ତି। ଏହି ବିଶେଷ ଅବସରରେ କିଙ୍ଗ ଖାନ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍‌’ର ମୋସନ ପୋଷ୍ଟରରେ ଶେୟାର କରିଛନ୍ତି। ପୋଷ୍ଟରରେ ତାଙ୍କର ଗୋଟିଏ ହାତରେ ବନ୍ଧୁକ ଥିବାର ଦେଖିବାକୁ ମିଳିଛି। ଶାହରୁଖଙ୍କ ଏହି ନୂଆ ଲୁକ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।

ଫିଲ୍ମ ‘ପଠାନ୍‌’ ଶାହାରୁଖଙ୍କୁ ଜଣେ ଭାରତୀୟ ଏଜେଣ୍ଟ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଫିଲ୍ମରୁ ସାମ୍ନାକୁ ଆସିଥିବା ତାଙ୍କ ଫାଷ୍ଟ ଲୁକ୍‌ ବେଶ୍‌ ଭୟାନକ ଓ ଜବରଦସ୍ତ ରହିଛି। ଲମ୍ବା ବୁଟ୍‌, ଧଳା ରାଙ୍ଗ ଶାର୍ଟ ଓ କଳା ପ୍ୟାଣ୍ଟ। ହାତରେ ହାତକଡି ସାଙ୍ଗକୁ ଭୟଙ୍କର ବନ୍ଧୁକ। କେବଳ ସେତିକି ନୁହେଁ ମୁହଁରୁ ତାଙ୍କର ରକ୍ତ ମଧ୍ୟ ଝରୁଛି। ନିଜର ଏଭଳି ଲୁକ୍‌କୁ ଶାହାରୁଖ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ସେ ଏହାର କ୍ୟାପସନ୍‌ରେ ଲେଖିଛନ୍ତି- ‘୩୦ ବର୍ଷ ଏବଂ ତୁମର ପ୍ରେମ ଓ ହସ ଅସୀମ ବୋଲି ଗଣନା କରୁନାହିଁ । #Pathan ସହିତ ଏହି ଯାତ୍ରା ଜାରି ରହିଛି। ୨୫ ଜାନୁୟାରୀ ୨୦୨୩ ରେ # YRF50 ସହିତ # ‘ପଠାନ୍‌’କୁ ସେଲିବ୍ରେଟ୍‌ କରିବୁ। ଏହି ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବ।’ ପ୍ରଶଂସକମାନେ ଶାହରୁଖଙ୍କ ପୋଷ୍ଟରରେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି। ଅନ୍ୟପଟେ ‘ପଠାନ’ର ଏହି ମୋସନ୍ ପୋଷ୍ଟରକୁ ଏପର୍ଯ୍ୟନ୍ତ ପ୍ରାୟ ୫ଲକ୍ଷରୁ ବି ଅଧିକ ଲାଇକ୍ସ ମିଳିସାରିଲାଣି।

ଏହି ଫିଲ୍ମ ଜରିଆରେ ଶାହରୁଖ ଖାନଙ୍କୁ ପୁଣିଥରେ ଦୀପିକା ପାଦୁକୋନଙ୍କ ସହ ଦେଖିବାକୁ ମିଳିଛି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଚଳଚ୍ଚିତ୍ର’ ପଠାନ’ରେ ଏ ଦୁହେଁ ଏକାଠି କାମ କରୁଛନ୍ତି। ଏହା ପୂର୍ବରୁ ଉଭୟ ଅନେକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି। ଏହା ବ୍ୟତୀତ ଜନ୍ ଅବ୍ରହାମ ମଧ୍ୟ ଏହି ପିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Related Articles

Back to top button