ରିଲିଜ ହେଲା ହରର କମେଡି ଫିଲ୍ମ ‘ଫୋନ୍ ଭୁତ୍‌’ର ଟ୍ରେଲର

ମୁମ୍ଵାଇ : କ୍ୟାଟ୍ରିନା କୈଫ, ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ହରର କମେଡି ଫିଲ୍ମ ‘ଫୋନ୍ ଭୁତ୍‌’ର ଟ୍ରେଲର ଲଞ୍ଚ କରାଯାଇଛି। ଟ୍ରେଲରରେ ଆପଣଙ୍କୁ ହରର ସହିତ କମେଡିର ଏକ ଡୋଜ ଦେଉଥିବାର ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲରଟି ବହୁତ ମଜାଦାର ହୋଇଛି। କ୍ୟାଟ୍ରିନା କୈଫ ଏହି ଫିଲ୍ମରେ ଭୂତ ହୋଇଥିବା ବେଳେ ସିଦ୍ଧାନ୍ତ ଏବଂ ଇଶାନ ଭୂତମାନଙ୍କୁ ଦେଖିବାର ଶକ୍ତି ପାଇଛନ୍ତି।

ଇଶାନ୍‌ ଏବଂ ସିଦ୍ଧାନ୍ତ ଘୁରି ବୁଲୁଥିବା ଆତ୍ମାଙ୍କୁ ମୋକ୍ଷ ଦେବା ପାଇଁ କ୍ୟାଟ୍ରିନାଙ୍କ ସହ ଏହି କାମ କରନ୍ତି। ଏଥିରେ ଜ୍ୟାକିଶ୍ରଫ୍‌ ମଧ୍ୟ ନଜର ଆସିଛନ୍ତି। ଜ୍ୟାକି ଏହି ଫିଲ୍ମରେ ଆତ୍ମାରାମ ନାମକ ଏକ ତାନ୍ତ୍ରିକ ଭିଲେନ୍‌ ହୋଇଛନ୍ତି। ଯିଏ ଆତ୍ମାଙ୍କୁ କଏଦ କରି ରଖିଛନ୍ତି। ଏହା ବ୍ୟତୀତ ଅନେକ ମଜାଦାର କମେଡି ହରର ଝଲକ ଦେଖିବାକୁ ମିଳିବ ।ଫିଲ୍ମରେ ସମେତ ଅନେକ ପ୍ରତିଭାବାନ କଳାକାରମାନେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଗୁରୁମିତ ସିଂ। ଏହାକୁ ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତର ପ୍ରସ୍ତୁତ କରିଛନ୍ତି।

ବିବାହ ପରେ କ୍ୟାଟ୍ରିନାଙ୍କ ପ୍ରଥମ ଚଳଚ୍ଚିତ୍ର। ସେ ଗତ ବର୍ଷ ଡିସେମ୍ବରରେ ବିକିଙ୍କୁ ବିବାହ କରିଥିଲେ। ସେ ଏହି ଫିଲ୍ମରେ ଭୂତ ଭୂମିକାରେ ନଜର ଆସିବେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ୱାର୍କ ଫ୍ରଣ୍ଟରେ କ୍ୟାଟ୍ରିନାଙ୍କୁ ବିଜୟ ସେଥୁପଥୀଙ୍କ ଫିଲ୍ମ ସହ ‘ଟାଇଗର -୩’, ‘ଜୀ ଲେ ଜାରା’ ଏବଂ ‘ମେରୀ ଖ୍ରୀଷ୍ଟମାସ’ରେ ଦେଖିବାକୁ ମିଳିବ।

Related Articles

Back to top button