
ଏପ୍ରିଲ ୨୮ରେ ରିଲିଜ ହେବ ମଣିରତ୍ନମଙ୍କ ପୋନ୍ନିୟିନ ସେଲଭନ-୨
ମାଡ୍ରାସ: ଭାରତର ଖ୍ୟାତନାମା ନିର୍ଦ୍ଦେଶକ ମଣିରତ୍ନମଙ୍କ ପୋନ୍ନିୟିନ ସେଲଭନର ପ୍ରଥମ ପାର୍ଟ ଦେଶରେ ଚହଳ ସୃଷ୍ଟି କରିଥିଲା । ପ୍ରଥମ ଭାଗ ଦେଖିବା ପରେ ଦର୍ଶକମାନେ ଏହାର ଦ୍ୱିତୀୟ ଭାଗକୁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଇତି ମଧ୍ୟରେ ମେକର୍ସଙ୍କ ପକ୍ଷରୁ ଏହାର ରିଲିଜ ତାରିଖ ଘୋଷଣା କରାଯିବା ପରେ ଦର୍ଶକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ତାମିଲ ଫିଲ୍ମର ସର୍ବାଧିକ ଆୟକାରୀ ତାଲିକାରେ ସାମିଲ ହୋଇଥିବା ଏହି ଫିଲ୍ମର ପାର୍ଟ ୨ ଏପ୍ରିଲ ୨୮ରେ ମୁକ୍ତିଲାଭ କରିବ । ସାରା ବିଶ୍ୱରେ ଏକ ସମୟରେ ରିଲିଜ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଯୋଜନା କରାଯାଇଛି ।