୨୪ ଘଣ୍ଟାରେ ଆଉ ଏକ ଲଘୁଚାପ କ୍ଷେତ୍ର

ଆଗାମୀ ୨୪ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏ ବ୍ୟାପିଛି । ଏହା ପ୍ରଭାବରେ ୨୪ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଫଳରେ ୨୨ତାରିଖ ଯାଏ ରାଜ୍ୟରେ ପ୍ରବଳ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସୁଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ଏପରିକି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ପାହାଡିଆ ସ୍ଥାନରେ ଭୁସ୍ଖଳନ ହେବା ସହିତ ଆକସ୍ମିକ ବନ୍ୟା ସ୍ଥିତି ଦେଖାଦେଇପାରେ ବୋଲି ସତର୍କ ସୂଚନା ଦିଆଯାଇଛି । ଆସୁଛି ବଡ଼ ବର୍ଷା, ୨୨ଯାଏ ବର୍ଷାରୁ ନାହିଁ ନିସ୍ତାର । ତଳୁଆ ଅଞ୍ଚଳରେ ପାଣି ପଶିବା ସହିତ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା ।

Related Articles

Back to top button