ଖୁବ୍‌ଶୀଘ୍ର ସାଉଥ୍ ସୁପରଷ୍ଟାର୍‌ ପ୍ରଭାସ ଓ କ୍ରୀତି ସାନନ୍‌ଙ୍କ ନିର୍ବନ୍ଧ ହେବ!

ମୁମ୍ବାଇ : ସାଉଥ୍ ସୁପରଷ୍ଟାର୍‌ ପ୍ରଭାସ ଓ କ୍ରୀତି ସାନନ୍‌ଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ଦୁହେଁ ପରସ୍ପରକୁ ଡେଟ୍ କରୁଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଖୁବ୍‌ଶୀଘ୍ର ଦୁହିଁଙ୍କ ନିର୍ବନ୍ଧ ହେବ ବୋଲି ବି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଦୁହେଁ କିଛି ସ୍ପଷ୍ଟ କରି ନଥିଲେ ମଧ୍ୟ ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି। ‘ଆଦିପୁରୁଷ’ ଫିଲ୍ମର ସୁଟିଂ ସେଟ୍‌ରେ ପ୍ରଭାସ କ୍ରୀତିଙ୍କୁ ପ୍ରପୋଜ୍‌ କରିଥିବା କୁହାଯାଉଛି।

ପ୍ରଥମେ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମସମ୍ପର୍କକୁ ନେଇ ଅଭିନେତା ବରୁଣ ଧୱନ ଏକ ଶୋ’ରେ କିଛିଟା ସୂଚନା ଦେଇଥିଲେ। ଏବେ ଏହି କଥା ଉପରେ ମୋହର ଲଗାଇଛନ୍ତି ଫିଲ୍ମ ସମୀକ୍ଷକ ଉମେର ସିନ୍ଧୁ। ସେ ସାମାଜିକ ଗଣମାଧ୍ୟମରେ ଏନେଇ ଏକ ପୋଷ୍ଟ ସେୟାର୍‌ କରି ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ସେ ସେଥିରେ ଲେଖିଛନ୍ତି, ‘‘ଆଦିପୁରୁଷ ସେଟ୍‌ର ସୁଟିଂ ସମୟରେ ପ୍ରଭାସ କ୍ରୀତିଙ୍କୁ ପ୍ରେମ ନିବେଦନ କରିଛନ୍ତି। ଏବେ ସେମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କର ନିର୍ବନ୍ଧ ହେବ।’’ ଏହି କଥା ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହୋଇଛି। ଏହି ସମ୍ପର୍କ ଭବିଷ୍ୟତରେ ବିବାହରେ ପରିଣତ ହେବ କି ନାହିଁ ତାହାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।

Related Articles

Back to top button