ପଞ୍ଜାବୀ ଗାୟକ ଅଲଫାଜ୍‌ଙ୍କ ଉପରେ ଆକ୍ରମଣ, ICUରେ ଅଛନ୍ତି

ମୁମ୍ଵାଇ : ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ଗାୟକଙ୍କ ଉପରେ ଆକ୍ରମଣ ହୋଇଛି। ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଅନ୍ୟ ଏକ କଳାକାରଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଛି। ସେ ହେଉଛନ୍ତି ପ୍ରସିଦ୍ଦ ସିଙ୍ଗର ଅଲଫାଜ୍‌। ଏନେଇ ହନି ସିଂ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଗାୟକଙ୍କ ଉପରେ ହୋଇଥିବା ଆକ୍ରମଣର ଖବର ସେୟାର କରିଛନ୍ତି। ହନି ସିଂ ତାଙ୍କର ଫଟୋ ସେୟାର କରି ଆଶ୍ଚର୍ଯ୍ୟଜନକ ଖବର ଜଣାଇଛନ୍ତି।

ଶନିବାର ରାତିରେ, ଯେତେବେଳେ ଅଲଫାଜ୍ ତାଙ୍କର କିଛି ସାଙ୍ଗଙ୍କ ସହ ଡିନର ପାଇଁ ଏକ ଧବାରେ ପହଞ୍ଚିଥିଲେ। ସେତେବେଳେ ଗ୍ରାହକ ଏବଂ ଢାବା ମାଲିକଙ୍କ ମଧ୍ୟରେ ଟଙ୍କାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯେତେବେଳେ ଗ୍ରାହକ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କଲେ, ଅଲଫା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ରାଗିକି ଗାୟକଙ୍କୁ ଆକ୍ରମଣ କଲେ। ଉକ୍ତ ଆକ୍ରମଣକାରୀଙ୍କ ନାମ ବିଶାଲ ବୋଲି କୁହାଯାଉଛି ଏବଂ ମୋହାଲି ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। କିଛି ଘଣ୍ଟା ପୂର୍ବରୁ ହନି ସିଂ ଅନ୍ୟ ଏକ ପୋଷ୍ଟ ସେୟାର କରି ଆକ୍ରମଣକାରୀଙ୍କୁ ପୋଲିସ ଧରିଥିବାର ନେଇ କହିଥିଲେ। ଅଲଫାଜ୍‌ ମଧ୍ୟ ବର୍ତ୍ତମାନ ବିପଦରୁ ବାହାରିଛନ୍ତି।

ହନି ସିଂ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଅଲଫାଜ୍‌ଙ୍କୁ ଡାକ୍ତରଖାନା ବେଡ୍‌ରେ ଦେଖିବାକୁ ମିଳିଛି। ଏନେଇ ହନିଂ ସିଂ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଯିଏ ଏହା କରିଛି, ମୁଁ ତାଙ୍କୁ ଛାଡିବି ନାହିଁ। ଅଲଫାଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ଦର୍ଶାଯାଇଛି। ରବିବାର ଦିନ ତାଙ୍କୁ ଚିକିତ୍ସା ପାଇଁ ମୋହାଲିର ଫୋର୍ଟିସ୍ ହସ୍ପିଟାଲକୁ ଅଣାଯାଇଥିଲା।

ଶନିବାର ଦିନ ରାପର ହନି ସିଂଙ୍କ ବନ୍ଧୁ ଆଲଫାଜଙ୍କୁ ଆକ୍ରମଣ କରାଯାଇଥିବା ନେଇ ଟ୍ବିଟ୍‌ କରି କହିଥିଲେ କି ଯିଏ ଏମିତି କରିଛି ଛାଡିବି ନାହିଁ । ବର୍ତ୍ତମାନ ଅଲଫାଜ୍‌ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହନି ଏବେ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଛନ୍ତି।

ଅଲଫାଜଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବର୍ଣ୍ଣନା କରି ହନି ଲେଖିଛନ୍ତି, ‘ମୁଁ ଅଲଫାଜଙ୍କୁ ଭେଟିବାକୁ ଡାକ୍ତରଖାନାକୁ ଆସିଥିଲି। ଏବେ ବି ଆଇସିୟୁରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ପାଇଁ ପ୍ରାର୍ଥନା କର। ‘ ଏହା ବତୀତ ସେ ଆହୁରି ଲେଖିଛନ୍ତି – ମୋ ଭାଇ ପାଇଁ ପ୍ରାର୍ଥନା କର। ଅନେକ ପ୍ରଶଂସକ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ପ୍ରଶଂସକ ତାଙ୍କ ଫ୍ୟାନ୍‌ ପେଜ୍‌ରେ ଅଲଫାଜଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି। ହନି ସିଂ ଏହା ମଧ୍ୟ କହିଛନ୍ତି ଯେ ମୋହାଲି ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଏନେଇ ହନି ପୋଲିସ୍‌କୁ ଧନ୍ୟବାଦ ଦେଇଛନ୍ତି। କହିବାକୁ ଗଲେ ହନି ଏବଂ ଅଲଫା ଅନେକ ଥର ଏକାଠି କାମ କରିଛନ୍ତି।

Related Articles

Back to top button