ଅଜୟ ଦେବଗନଙ୍କ ଭଣଜା ଅମନଙ୍କ ସହ ସ୍କ୍ରିନ୍‌ ଡେବ୍ୟୁ କରିବେ ରବିନା ଟଣ୍ଡନଙ୍କ ଝିଅ ରାଶା

ମୁମ୍ବାଇ: ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ଖୁବ୍ ଶୀଘ୍ର ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ସ୍କ୍ରିନ୍‌ରେ ତାଙ୍କ ସହିତ ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ନଜରକୁ ଆସିବେ । ଅମନଙ୍କର ମଧ୍ୟ ଏହା ଡ଼େବ୍ୟୁ ଫିଲ୍ମ । ନିର୍ଦ୍ଦେଶକ ଅଭିଷେକ କପୁର ତାଙ୍କ ପରବର୍ତ୍ତୀ ସିନେମାରେ ଉଭୟଙ୍କୁ ନେଉଥିବା ଜଣାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ସ୍ଥିର ହୋଇନାହିଁ । କିନ୍ତୁ ଏହା ଏକ ଆକ୍ସନ ଆଡ଼ଭେନଚର ଫିଲ୍ମ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । କିଛିଦିନ ହେବ ସୋସିଆଲ ମିଡିଆରେ ରାଶାଙ୍କୁ ବହୁ ମାତ୍ରାରେ ଦେଖିବାକୁ ମିଳୁଥିଲା । ଏମିତିକି ରବିନାଙ୍କ ସହ ରାଶାଙ୍କୁ ମଧ୍ୟ ଅଧିକାଂଶ ସମୟ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା । ସେ ସମୟରେ ଚର୍ଚ୍ଚା ହେଉଥିଲା ଯେ, ବହୁତ ଶୀଘ୍ର ରବିନାଙ୍କ ଝିଅ ବଲିଉଡ଼ରେ ପାଦ ଦେବେ, ଯାହା ଏବେ ସତ ପ୍ରମାଣିତ ହୋଇଛି ।

Related Articles

Back to top button