ଆସନ୍ତା ବର୍ଷ ପରଦାକୁ ଆସିବ ରାଧିକାଙ୍କର ଏକାଧିକ ଫିଲ୍ମ

ମୁମ୍ଵାଇ ଟିଭିରୁ ବଡ଼ ପରଦା ପର୍ଯ୍ୟନ୍ତ ଅନେକ  ସଫଳତା ଓ ବିଫଳତା ଯାତ୍ରା  କରିଛନ୍ତି ରାଧିକା ମଦାନ । କଠିନ ପରିଶ୍ରମ ଓ  ସମର୍ପଣଭାବ ଜରିଆରେ ନିଜ ଭାଗ୍ୟକୁ ସେ  ନିଜେ ବଦଳାଇଛନ୍ତି । ‘ଅଙ୍ଗ୍ରେଜୀ ମିଡିୟମ୍‌’,  ‘ପଟାଖା’ ଭଳି ଅନେକ ଲୋକପ୍ରିୟ  ପ୍ରୋଜେକ୍ଟରେ କାମ କରିବାର ସୁଯୋଗ  ପାଇଛନ୍ତି । ଏବେ ତାଙ୍କ ଅପ୍‌କମିଙ୍ଗ  ପ୍ରୋଜେକ୍ଟ ‘କଚ୍ଚେ ଲିମ୍ବୁ’ ୪୭ତମ  ଟରଣ୍ଟୋ ଇଣ୍ଟରନ୍ୟାସ୍‌ନାଲ  ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଛି ।

ଏବେ ଏକ ଗଣମାଧ୍ୟମ  ସହ ବାର୍ତ୍ତାଳାପରେ ରାଧିକା  ନିଜ ଅପ୍‌କମିଙ୍ଗ ପ୍ରୋଜେକ୍ଟ  ବିଷୟରେ ଆଲୋଚନା କରିଛନ୍ତି ।  ସେ କହିଛନ୍ତି, ଆସନ୍ତା ନଭେମ୍ବର  ୪ ତାରିଖରେ ତାଙ୍କ ଅଭିନୀତ  ‘କୁତ୍ତେ’ ମୁକ୍ତିଲାଭ କରିବ । ହୋମି  ଆଦାଜାନିଆଙ୍କ ନିର୍ଦ୍ଦେଶିତ ‘ସାସ୍‌ ବହୂ  ଔର୍‌ କୋକେନ୍‌’ରେ ମଧ୍ୟ ସେ ନଜର  ଆସିବେ। ଏହା ଏକ ୱେବ୍‌ ଶୋ’, ଯାହା  ଡିଜ୍‌ନି ପ୍ଲସ୍‌ ହଟ୍‌ଷ୍ଟାର୍‌ରେ ମୁକ୍ତିଲାଭ କରିବ ।  ‘ଫିଲ୍‌ସ ଲାଇକ୍‌ ଇସ୍କ’ ପରେ ଏହା ତାଙ୍କର ୨ୟ  ୱେବ୍‌ ଶୋ’ ହେବ । ସୁଧାଂଶୁ ସରିୟାଙ୍କ ‘ସନା’ରେ ମଧ୍ୟ  ସେ ପରଦାରେ ନଜର ଆସିବେ । ସେତିକି ନୁହେଁ, ଅଭିନେତା  ଅକ୍ଷୟ କୁମାରଙ୍କ ସହ ‘ସୂରାରାଇ ପୋଟ୍ଟରୁ’ର  ରିମେକ୍‌ରେ ସେ ଦେଖାଦେବେ । ମ୍ୟାଡ୍‌ଡକ୍‌ ପ୍ରଡକ୍ସନ୍‌  ହାଉସ୍‌ ଅଧୀନରେ ‘ହାପ୍ପି ଟିଚର୍ସ ଡେ’ରେ ବି  ଦେଖାଦେବେ ।

ଆସନ୍ତା ବର୍ଷ ଗୁରୁ ଦିବସ ଅବସରରେ  ଫିଲ୍ମଟି ମୁକ୍ତିଲାଭ କରିବ । ରାଧିକାଙ୍କ ସହ ନିମ୍ରତ  କୌର ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଏହି  ପ୍ରଡକ୍ସନ୍‌ ହାଉସ୍‌ ଅଧୀନରେ ଆଉ ଏକ ପ୍ରୋଜେକ୍ଟ  ମଧ୍ୟ ରାଧିକା ସାଇନ୍‌ କରିଛନ୍ତି, ଯାହାର ଘୋଷଣା  ଖୁବ୍‌ଶୀଘ୍ର ହେବ ।  ୨୦୨୨କୁ ଅତ୍ୟନ୍ତ ଶୁଭଙ୍କର ବର୍ଷ ବୋଲି ସେ  କହିଛନ୍ତି । ଯାହାକୁ ସବୁଠୁ ବେଶି ଭଲପାଆନ୍ତି, ତାହା  ପାଇଛନ୍ତି । ଏହାଠୁ ଅଧିକ ଆଉ କ’ଣ ବା ସେ ଆଶା  କରିଥାନ୍ତେ । କାରଣ ଯେତେବେଳେ ସେ କ୍ୟାମେରା  ସାମ୍ନାରେ ଥାନ୍ତି, ଘରେ ଥିବାଭଳି ଅନୁଭବ କରନ୍ତି ।  ଆସନ୍ତା ବର୍ଷ ଅନେକ ପ୍ରୋଜେକ୍ଟ ଜରିଆରେ ସେ  ଦର୍ଶକଙ୍କ ସାମ୍ନାକୁ ଆସିବେ । ଏଥିପାଇଁ ଖୁବ୍‌  ଉତ୍ସାହିତ ଥିବା ରାଧିକା କହିଛନ୍ତି ।

Related Articles

Back to top button