ଆରଆରଆର ଫିଲ୍ମ ପାଇଁ ବେଷ୍ଟ ଡାଇରେକ୍ଟର ଆୱାର୍ଡ ପାଇଲେ ରାଜାମୌଲି

ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି।  ନ୍ୟୁୟର୍କ ଚଳଚ୍ଚିତ୍ର ସମାଲୋଚକ ସର୍କଲ (NYFCC) ର ବେଷ୍ଟ ଆଡଭେଞ୍ଚର ଫିଲ୍ମ ‘RRR’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ସମ୍ମାନଜନକ ପୁରସ୍କାର ଜିତିବା ପାଇଁ ରାଜାମୌଲିଙ୍କ ପାଇଁ ଅଭିନନ୍ଦନ ଶୁଅ ଛୁଟୁଛି । ତାଙ୍କର ଅନେକ ଶୁଭେଚ୍ଛୁମାନେ ବିଶ୍ଵର ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଜିତି ଇତିହାସ ସୃଷ୍ଟି କରିବେ ବୋଲି ଆଶା କରୁଛନ୍ତି । ଆସନ୍ତା ବର୍ଷ ଓସ୍କାର ପାଇଁ ବିଭିନ୍ନ ବର୍ଗରେ ବିଚାର ପାଇଁ ‘RRR’କୁ ନୋମିନେଟ୍‌ କରାଯାଇଛି ।

ଏହି ଆୱାର୍ଡ ରାଜାମୌଲିଙ୍କ ସହ ରାମଚରଣ , ଏନଟିଆଙ୍କୁ ବି ସମ୍ମାନ କରାଯାଉଛି । କାହିଁକି ନା ସେ ବି ଏହି ଆୱାର୍ଡର ସମକକ୍ଷ। ଚିତ୍ତବିନୋଦନ ପାଇଁ ସଫଳତା ପାଇଁ ଯୁବ ଅଭିନେତାଙ୍କୁ ଟ୍ରୁ ଲେଜେଣ୍ଡ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଯେତେବେଳେ ରାମ ଚରଣଙ୍କୁ ପଚରାଯାଇଥିଲା ଯେ ସେ ଏହି ଫିଲ୍ମ ପାଇଁ ଓସ୍କାର ପାଇବେ କି ନାହିଁ, ସେ କହିଥିଲେ, “ମୁଁ ଏହାକୁ ପାଇଛି କି ସବୁଠାରୁ ବଡ କଥା ଆଗକୁ କଣ ପାଇବି କି ନାହିଁ ଜାଣିନି ।

ଭାରତରୁ ବିଶ୍ୱ ପର୍ଯ୍ୟନ୍ତ ସମସ୍ତେ ‘ଆରଆରଆର’ର ପୂରା ଟିମ୍ ରାଜାମୌଲିଙ୍କୁ NYFCC ପୁରସ୍କାର ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ‘RRR ଚଳଚ୍ଚିତ୍ର’ର ଏକ ଟୁଇଟ୍‌ରେ କୁହାଯାଇଛି ଯେ ଆମେ କେତେ ଖୁସି ଏବଂ ଗର୍ବିତ ତାହା ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ।

Related Articles

Back to top button