ପୁଣି ବିଗିଡିଲା ରାଜୁ ଶ୍ରୀବାସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ବର୍ତ୍ତମାନ ପୁଣି ଖରାପ ହୋଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର  ଅଛି । ଏବେ ଯାଏଁ କୌଣସି ସୁଧାର ଆସୁନାହିଁ । ୮ ଦିନ ପରେ ବି ବେହୋଶ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ଡାକ୍ତରମାନେ ପରିବାରକୁ କହିଛନ୍ତି ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ବେଳେ ହାର୍ଟ ମଧ୍ୟ ଠିକ୍‌ସେ ଭାବରେ କାମ କରୁନାହିଁ।

ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ଆସିବା ପରେ ତୁରନ୍ତ ତାଙ୍କୁ AIIMS ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ଶ୍ରୀବାସ୍ତବଙ୍କର ଏମଆରଆଇ ପରୀକ୍ଷା କରାଯାଇଥିଲା।ପରେ ଅଭିନେତାଙ୍କୁ ଜରୁରୀକାଳୀନ ଆଙ୍ଗିଓଗ୍ରାଫି ପାଇଁ କ୍ୟାଥେରାଇଜେସନ୍ ଲ୍ୟାବକୁ ନିଆଯାଇଥିଲା । ସେଦିନ ତାଙ୍କୁ ଦୁଇଥର କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍ (ସିପିଆର) ଦିଆଯାଇଥିଲା।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସହ ସେମାନଙ୍କ ଅବସ୍ଥା ସମ୍ପର୍କରେ କଥା ହୋଇଛନ୍ତି। ପରିବାରକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସେ ନିଶ୍ଚିତ କରିଛନ୍ତି।

Related Articles

Back to top button