ରିଲିଜ ହେଲା ‘ରାମ ସେତୁ’ ଫିଲ୍ମର ଟ୍ରେଲର

ମୁମ୍ବାଇ: ବଲିଉଡ ଖିଲାଡି ତଥା ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାମ ସେତୁର ଟ୍ରେଲର କିଛି ସମୟ ପୂର୍ବେ ରିଲିଜ ହୋଇଛି। ଏହି ଟ୍ରେଲରଟି ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଛନ୍ତି। ପ୍ରଶଂସକଙ୍କୁ ଫିଲ୍ମ ‘ରାମ ସେତୁ’ର ଟ୍ରେଲର ବହୁତ ପସନ୍ଦ ଆସିଛି। ଏବେ ଫ୍ୟାନ୍ସମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି। ସୋମବାର ଅଭିନେତା ଅକ୍ଷୟ କୁମାର ଫିଲ୍ମର ଟିଜର ଭିଡିଓ ସେୟାର କରିଥିଲେ। ଏହାପରେ ଦର୍ଶକଙ୍କ ମଧ୍ୟରେ ଏହାର ଟ୍ରେଲର ପାଇଁ ବହୁତ ଉତ୍ସାହିତ ଥିଲେ। ଅକ୍ଟୋବର ୧୧ ରେ ଅକ୍ଷୟ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ରିଲିଜ କରି ଏହାକୁ ଲଞ୍ଚ କରିଛନ୍ତି। ଅଭିନେତାଙ୍କ ଅଭିନୟ ଏବଂ ଲୁକକୁ ସମସ୍ତେ ବେସ ପସନ୍ଦ କରୁଛନ୍ତି।

ଏହି ଚଳଚ୍ଚିତ୍ରର ପ୍ରତ୍ନତତ୍ତ୍ୱବିତ୍ ଆର୍ଯ୍ୟନ କୁଳଶ୍ରେଷ୍ଠଙ୍କ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟ କୁମାରଙ୍କ ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତ ଭାରୁଚା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ଏହି ଫିଲ୍ମରେ ଅକ୍ଷୟ ରାମ ସେତୁଙ୍କ ଅସ୍ତିତ୍ୱକୁ ବଞ୍ଚାଇଥିବାର ନଜର ଆସିବେ। ସେପଟେ ଅକ୍ଷୟ ଏକ ଯାତ୍ରା କରୁଛନ୍ତି ଯେଉଁଠାରେ କିଛି ଶକ୍ତିଶାଳୀ ବ୍ୟବସାୟୀ ରାମ ସେତୁଙ୍କ ଅସ୍ତିତ୍ୱକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। କାହାଣୀଟି ଏପରି ଅଟେ ଯେଉଁଥିରେ ଅକ୍ଷୟଙ୍କ ପ୍ରକୃତି ଜଣେ ନାସ୍ତିକ ବୋଲି ଦର୍ଶାଯାଇଛି। କିନ୍ତୁ ହଠାତ୍ ଏପରି କିଛି ଘଟେ ଯାହା ଆର୍ଯ୍ୟନ୍ କୁଳଶ୍ରେଷ୍ଠଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରେ। ଏହା ପରେ ସେ ରାମ ସେତୁଙ୍କ ସନ୍ଧାନରେ ଏକ ନିଆରା ଯାତ୍ରା ଆରମ୍ଭ କଲେ।

ଏହି ଅଭିନେତାମାନଙ୍କ ବ୍ୟତୀତ ସତ୍ୟଦେବ କାଞ୍ଚରଣ ଏବଂ ଏମ୍ ନାସିର ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ରାମ ସେତୁକୁ ଅଭିଷେକ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି। ଫିଲ୍ମ ରାମ ସେତୁ ପୂର୍ବରୁ ଅଭିଷେକ ପରମାଣୁ ଏବଂ ତେରେ ବିନ୍ ଲାଦେନ ଭଳି ଚଳଚ୍ଚିତ୍ର ନିର୍ମାଣ ପାଇଁ ଖୁହ ପ୍ରସିଦ୍ଧ।

Related Articles

Back to top button