ଆସନ୍ତା ମାସରେ ରିଚା ଚଢା ଏବଂ ଅଲି ଫଜଲ ବିବାହ କରିବେ

ମୁମ୍ବାଇ : ବଲିଉଡ୍‌ରେ ପୁଣି ଥରେ ବାଜିବାକୁ ଯାଉଛି ଶାହନାଇ । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ରିଚା ଚଢା ଏବଂ ଅଲି ଫଜଲ ବିବାହ କରିବାକୁ ଯାଉଛନ୍ତି।  ରିଚା ଏବଂ ଅଲି ୨୦୨୦ ରେ ବିବାହ କରିଥାନ୍ତେ କିନ୍ତୁ କରୋନା ଯୋଗୁଁ ସେମାନେ ତାରିଖ ଘୁଞ୍ଚାଇ ଦେଇଥିଲେ। ପରେ ସେମାନେ ମାର୍ଚ୍ଚ ୨୦୨୨ ରେ ବିବାହ କରିବାକୁ ଚିନ୍ତା କଲେ। କିନ୍ତୁ ବର୍ତ୍ତମାନ ସେମାନେ ଚଳିତ ବର୍ଷ ସେପ୍ଟେମ୍ବରରେ ପରସ୍ପରର ହେବାକୁ ଯାଉଛନ୍ତି।

କହିବାକୁ ଗଲେ ଇଭେଣ୍ଟରୁ ସମସ୍ତ ପାର୍ଟୀ ପର୍ଯ୍ୟନ୍ତ ରିଚା ଏବଂ ଅଲିଙ୍କୁ ଏକାଠି ଦେଖିବାକୁ ମିଳେ । ସେ ସର୍ବଦା ନିଜ ପ୍ରେମକୁ ଖୋଲାଖୋଲି ଭାବେ ସ୍ୱୀକାର କରନ୍ତି। ବର୍ତ୍ତମାନ ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ରିଚା ଏବଂ ଅଲି ସେପ୍ଟେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଏହି ସମୟରେ ସେ ଦୁଇଟି ପାର୍ଟି ଆୟୋଜନ କରିବେ। ମୁମ୍ବାଇରେ ଗୋଟିଏ ଏବଂ ଦିଲ୍ଲୀରେ ଗୋଟିଏ ସମାରୋହ ହେବ। ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସାମିଲ୍‌ ହେବେ। ଉଭୟଙ୍କ ପରିବାର ଏନେଇ ବହୁତ ଖୁସି ଅଛନ୍ତି।

କାମ ବିଷୟରେ କହିବାକୁ ଗଲେ ରିଚା ଏବଂ ଅଲି ଏକାଠି ଫିଲ୍ମ ‘ଫୁକ୍‌ରେ-୩’ ରେ ନଜର ଆସିବେ। ଏହା ବ୍ୟତୀତ ୱେବ୍ ସିରିଜ୍ ‘ମିର୍ଜାପୁର’ର ପରବର୍ତ୍ତୀ ସିଜିନ୍‌ ମଧ୍ୟ ଆସୁଛି । ଯେଉଁଥିରେ ଅଲି ଫଜଲ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

Related Articles

Back to top button