ସୁସ୍ମିତାଙ୍କ ରୋମାନ୍ସକୁ ପୂର୍ବ ପ୍ରେମିକଙ୍କ ସମର୍ଥନ

ସୁସ୍ମିତା ସେନ ନିଜର ନୂଆ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ। ୫୬ ବର୍ଷୀୟ ଲଳିତ ମୋଦିଙ୍କୁ ଡେଟ୍‌ କରୁଛନ୍ତି ସେ। ଏନେଇ ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଉଭୟଙ୍କୁ କଟାକ୍ଷ କରାଯାଉଛି। କିଛି ପଇସା ଥିଲେ ସବୁକିଛି ମିଳିପାରିବ ବୋଲି କହୁଛନ୍ତି। ଏଭଳିସ୍ଥିତିରେ ସୁସ୍ମିତାଙ୍କ ପୂର୍ବ ପ୍ରେମିକ ରୋହମନ ଶଲ୍‌ ତାଙ୍କ ସପକ୍ଷରେ ବାହାରିଛନ୍ତି।

ରୋହମନ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କୁ ଖୁସିରେ ରହିବାକୁ ଦିଅନ୍ତୁ। ପ୍ରେମ ବହୁତ ସୁନ୍ଦର। ଯଦି ସେ ନିଜ ପାଇଁ କାହାକୁ ବାଛିଛନ୍ତି ତେବେ ସେ ତାଙ୍କ ପାଇଁ ଉପଯୁକ୍ତ ହୋଇଥିବେ। ସେହିଭଳି କାହା ଉପରେ ହସିଲେ ଶାନ୍ତି ମିଳୁଥିଲେ ହସନ୍ତୁ। କାହିଁକିନା ସେ ଚିନ୍ତାରେ ନାହାନ୍ତି ତୁମେ ଅଛ ବୋଲି ରୋହମନ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରିଛନ୍ତି।

Related Articles

Back to top button